ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ହାସଲକରି ଗଞ୍ଜାମ ପାଇଁ ଆଣିଲେ ଗୌରବ ଆଣିଲେ….

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲର ୮ମ ଶ୍ରେଣୀ ଛାତ୍ର ଶୁଭାଶିଷ ରଥ ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତଳନ କକ୍ଷରେ ରବିବାର ଆୟୋଜିତ ପ୍ରଥମ ଓଡ଼ିଶା ଅନ୍ତଃ ତୃଣମୂଳସ୍ତରୀୟ ୧୪ ବର୍ଷରୁ କମ ବର୍ଗର ୩ ଦିନିଆ କ୍ରୀଡା ଚମ୍ପିୟାନସିପ୍‌ ଭାରୋତ୍ତଳନ ପ୍ରତିଯୋଗିତାରେ ଶୁଭାଶିଷ ଅଂଶ ଗ୍ରହଣ କରି ସେଥିରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ […] The post ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ହାସଲକରି ଗଞ୍ଜାମ ପାଇଁ ଆଣିଲେ ଗୌରବ ଆଣିଲେ…. appeared first on Dharitri Odia News.

ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ହାସଲକରି ଗଞ୍ଜାମ ପାଇଁ ଆଣିଲେ ଗୌରବ ଆଣିଲେ….

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲର ୮ମ ଶ୍ରେଣୀ ଛାତ୍ର ଶୁଭାଶିଷ ରଥ ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତଳନ କକ୍ଷରେ ରବିବାର ଆୟୋଜିତ ପ୍ରଥମ ଓଡ଼ିଶା ଅନ୍ତଃ ତୃଣମୂଳସ୍ତରୀୟ ୧୪ ବର୍ଷରୁ କମ ବର୍ଗର ୩ ଦିନିଆ କ୍ରୀଡା ଚମ୍ପିୟାନସିପ୍‌ ଭାରୋତ୍ତଳନ ପ୍ରତିଯୋଗିତାରେ ଶୁଭାଶିଷ ଅଂଶ ଗ୍ରହଣ କରି ସେଥିରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେ ସମଗ୍ର ଦିଗପହଣ୍ଡି ବ୍ଲକ ତଥା ଏନ୍‌ଏସି ପାଇଁ ଗୌରବ ଆଣିଦେଇଛନ୍ତି। ସେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଭାରତ୍ତୋଳନ ଅଭ୍ୟାସ କରୁଥିଲେ । କ୍ରୀଡ଼ା ପ୍ରଶିକ୍ଷିକା ରାଜେଶ୍ୱରୀ ବେହେରାଙ୍କ ସୁଦକ୍ଷ ତାଲିମ ଯୋଗୁ ଶୁଭାଶିଷ ଏହି ସଫଳତା ପାଇପାରିଥିବା କହିଛନ୍ତି । ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନର ଖବରଦାତା ଶିବ ପ୍ରସାଦ ରଥ ଓ ରଶ୍ମିତା ରଥଙ୍କ ଜ୍ୟେଷ୍ଠପୁଅ। ଶୁଭାଶିଷ ଦିଗପହଣ୍ଡି ଆନନ୍ଦ ନଗରରେ ରହି ପାଠ ପଢୁଛନ୍ତି । ଦିଗପହଣ୍ଡି ଇଣ୍ଡୋର ଷ୍ଟାଡିୟମ ମୂଖ୍ୟ କ୍ରୀଡା ପ୍ରଶିକ୍ଷକ ନୀଳମାଧବ ପଣ୍ଡାଙ୍କ ସମେତ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

The post ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ହାସଲକରି ଗଞ୍ଜାମ ପାଇଁ ଆଣିଲେ ଗୌରବ ଆଣିଲେ…. appeared first on Dharitri Odia News.