ରାତି ପାହିଲେ ବଦଳିବ କ୍ୟାଲେଣ୍ଡର, ମହାପ୍ରଭୁଙ୍କ ଆଶିଷ ନେଇ ୨୦୨୫ ଆରମ୍ଭ କରିବାକୁ ଶ୍ରୀମନ୍ଦିରରେ ଗହଳି
ପୁରୀ ୩୧/୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଦାୟ ନେବ ବର୍ଷ ୨୦୨୪ । ୨୦୨୫ ନୂଆବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ, ଉଦ୍ଦୀପନା, ଆଶା ଓ ଭରସା। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବବର୍ଷରୁ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନେକ ଲୋକ ଲକ୍ଷ ରଖିଛନ୍ତି । ଏଣୁ ମହାପ୍ରଭୁଙ୍କ ନିକଟକୁ ଧାଇଁ ଆସୁଛନ୍ତି ହଜାର ହଜାର ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼ ବ୍ୟବସ୍ଥା ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ମଙ୍ଗଲବାର ଓ ବୁଧବାର ଏହି ଦୁଇଦିନ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ମାର୍କେଟ ଛକ ରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ପୁରୀ ଏସପି କହିଛନ୍ତି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହିତ ସହରରେ ଟ୍ରାଫିକ ସୁପରିଚାଳନା, ଆଇନଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ଏବଂ ସିସିଟିଭି ବଳୟ ମଧ୍ୟରେ ରହିବ। ଦୁଇଦିନ ସିଂହଦ
ପୁରୀ ୩୧/୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଦାୟ ନେବ ବର୍ଷ ୨୦୨୪ । ୨୦୨୫ ନୂଆବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ, ଉଦ୍ଦୀପନା, ଆଶା ଓ ଭରସା। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବବର୍ଷରୁ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନେକ ଲୋକ ଲକ୍ଷ ରଖିଛନ୍ତି । ଏଣୁ ମହାପ୍ରଭୁଙ୍କ ନିକଟକୁ ଧାଇଁ ଆସୁଛନ୍ତି ହଜାର ହଜାର ଭକ୍ତ।
ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼ ବ୍ୟବସ୍ଥା ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ମଙ୍ଗଲବାର ଓ ବୁଧବାର ଏହି ଦୁଇଦିନ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ମାର୍କେଟ ଛକ ରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।
ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ପୁରୀ ଏସପି କହିଛନ୍ତି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହିତ ସହରରେ ଟ୍ରାଫିକ ସୁପରିଚାଳନା, ଆଇନଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ଏବଂ ସିସିଟିଭି ବଳୟ ମଧ୍ୟରେ ରହିବ।
ଦୁଇଦିନ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ନବବର୍ଷ ମଙ୍ଗଳମୟ ହେଉ ବୋଲି ଆଶା ନେଇ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ପୁରୀ ପୋଲିସ ପକ୍ଷରୁ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଉଦ୍ଧାରକାରୀ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।