ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ
ଭୋପାଳ,୩୧।୮: ମଧ୍ୟ ପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ ପ୍ରାଇଭେଟ୍ ପାର୍ଟ କାଟି ଦେଇଛନ୍ତି। ଆହତ ଦିଅରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦିଅରଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଭାଉଜଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଚାଲିଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରିବାରରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ ଆହତ ଭାଉଜଙ୍କୁ ପଚରାଉଚରା କରିଛି। […] The post ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ appeared first on Dharitri Odia News.
ଭୋପାଳ,୩୧।୮: ମଧ୍ୟ ପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ ପ୍ରାଇଭେଟ୍ ପାର୍ଟ କାଟି ଦେଇଛନ୍ତି। ଆହତ ଦିଅରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦିଅରଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଭାଉଜଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଚାଲିଛି।
ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରିବାରରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ ଆହତ ଭାଉଜଙ୍କୁ ପଚରାଉଚରା କରିଛି। ଘଟଣାର କାରଣ ବୋଲି ସେ ଏକ ଜମି ବିବାଦକୁ ଦର୍ଶାଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ସିଦ୍ଧି ଜିଲାର ଏକ ଆଦିବାସୀ ଅଞ୍ଚଳ ଭାନାନଚାଲ କୁସମିରେ ଘଟିଛି।
ଏହି ଘଟଣା ସମ୍ପର୍କରେ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି। ଅଭିଯୁକ୍ତ ମହିଳାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଅର କହିଛନ୍ତି ଯେ, ତାଙ୍କ ଭାଉଜଙ୍କ ସହିତ ଜମି ବିବାଦ ଚାଲିଛି। ଭାଉଜ ତାଙ୍କୁ ରାତିରେ ଘରକୁ ଡାକିଥିଲେ। ତାଙ୍କ କୋଠରୀରେ ପହଞ୍ଚିବା ପରେ ଏକ ତୀକ୍ଷ୍ଣ ଅସ୍ତ୍ରରେ ପ୍ରାଇଭେଟ୍ ପାର୍ଟ କାଟି ଦେଇଥିଲେ। ଆକ୍ରମଣ ପରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ଜାଣିବାକୁ ପାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ କୁସମି କମ୍ୟୁନିଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ଡାକ୍ତରଖାନାକୁ ପଠାଯାଇଥିଲା। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି। ସିଦ୍ଧି ଏଏସପି କହିଛନ୍ତି ଯେ, ଯୁବକଙ୍କ ଅଭିଯୋଗ ଉପରେ ତାଙ୍କ ଭାଉଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
The post ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ appeared first on Dharitri Odia News.