ରାତିର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର, ବ୍ରହ୍ମପୁର ଜେଲ୍‌କୁ ଗଲେ ମୁରଲୀ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବାଳତ୍କାର ଘଟଣାରେ ପୋଲିସ ଅଭିଯୁକ୍ତ ମୁରଲୀ ବେହେରାଙ୍କୁ ଗିରଫ କରି ମଙ୍ଗଳବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୩୮/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଥାଉ କି, ଗତ ରବିବାର ବିଳମ୍ବିତ ରାତିରେ ନାବାଳିକାଙ୍କ ପରିବାରଲୋକେ ଘରେ ଶୋଇଥିବା ବେଳେ ଅଭିଯୁକ୍ତ […] The post ରାତିର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର, ବ୍ରହ୍ମପୁର ଜେଲ୍‌କୁ ଗଲେ ମୁରଲୀ appeared first on Dharitri Odia News.

ରାତିର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର, ବ୍ରହ୍ମପୁର ଜେଲ୍‌କୁ ଗଲେ ମୁରଲୀ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବାଳତ୍କାର ଘଟଣାରେ ପୋଲିସ ଅଭିଯୁକ୍ତ ମୁରଲୀ ବେହେରାଙ୍କୁ ଗିରଫ କରି ମଙ୍ଗଳବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୩୮/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଥାଉ କି, ଗତ ରବିବାର ବିଳମ୍ବିତ ରାତିରେ ନାବାଳିକାଙ୍କ ପରିବାରଲୋକେ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ କୌଶଳକ୍ରମେ ପଶିଯାଇଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରିଥିବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ ଡାକ୍ତରଖାନା ରେ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

The post ରାତିର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର, ବ୍ରହ୍ମପୁର ଜେଲ୍‌କୁ ଗଲେ ମୁରଲୀ appeared first on Dharitri Odia News.