ରାତିରେ ଡ୍ୟୁଟି ବେଳେ ନର୍ସଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଡାକ୍ତର ସମେତ ୩ ଗିରଫ
ଲକ୍ଷ୍ନୌ: ଘରୋଇ ହସ୍ପିଟାଲରେ କାର୍ଯ୍ୟଋତ ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ। ସେହି ହସ୍ପିଟାଲର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା। ଅଭିଯୋଗ ଅନୁସାରେ ୱାର୍ଡ ବଏ ଏବଂ ଜଣେ ମହିଳା ନର୍ସ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ପଠାଇ ବାହାର କବାଟ ବନ୍ଦ କରିଦେଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ। ଏହି ଘଟଣା ମୁରାଦାବାଦର ଠାକୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।ଏହି ଘଟଣା ପରେ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଡକ୍ଟର ଶାହନାୱାଜ, ନର୍ସ ମେହନାଜ ଏବଂ ଜୁନାଦଙ୍କ ବିରୋଧରେ ଠାକୁରୱାଡାର ଥାନାରେ ମାମଲା ରୁଜୁ ହୋଇଛି। ଏହା ପରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଥିଲା। ପୀଡିତାଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ଝିଅ ୧୦ ମାସ ଧରି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି। ୧୭ ଅଗଷ୍ଟ ରାତି ୭ଟାରେ ରାତି ଡ୍ୟୁଟିରେ ଯାଇଥିଲେ।ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ନର୍ସ ପୀଡିତାଙ୍କୁ କହିଥିଲେ ଯେ ଡକ୍ଟର ଶାହନାୱାଜ ଫୋନ କରୁଛନ୍ତି। ଏହା ଉପରେ ପୀଡିତା ଯିବାକୁ ମନା କରିଦେଇଥିଲେ। ଏହା ପରେ ରାତି ପ୍ରାୟ 12.30ରେ ୱାର୍ଡ ବଏ ଜୁନାଦ ପୁଣି ଆସି ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲେ। ତା’ପରେ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ନିଆଯାଇ ବାହାରେ କବାଟ ବନ୍ଦ କରିଦିଆଗଲା।ପୀଡିତା ଅନ୍ୟ ଜଣେ ନର୍ସଙ୍କୁ ଡାକି ସାହାଯ୍ୟ ପାଇଁ ଚିତ୍କାର କରି
ଲକ୍ଷ୍ନୌ: ଘରୋଇ ହସ୍ପିଟାଲରେ କାର୍ଯ୍ୟଋତ ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ। ସେହି ହସ୍ପିଟାଲର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା। ଅଭିଯୋଗ ଅନୁସାରେ ୱାର୍ଡ ବଏ ଏବଂ ଜଣେ ମହିଳା ନର୍ସ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ପଠାଇ ବାହାର କବାଟ ବନ୍ଦ କରିଦେଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ। ଏହି ଘଟଣା ମୁରାଦାବାଦର ଠାକୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।
ଏହି ଘଟଣା ପରେ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଡକ୍ଟର ଶାହନାୱାଜ, ନର୍ସ ମେହନାଜ ଏବଂ ଜୁନାଦଙ୍କ ବିରୋଧରେ ଠାକୁରୱାଡାର ଥାନାରେ ମାମଲା ରୁଜୁ ହୋଇଛି। ଏହା ପରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଥିଲା। ପୀଡିତାଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ଝିଅ ୧୦ ମାସ ଧରି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି। ୧୭ ଅଗଷ୍ଟ ରାତି ୭ଟାରେ ରାତି ଡ୍ୟୁଟିରେ ଯାଇଥିଲେ।
ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ନର୍ସ ପୀଡିତାଙ୍କୁ କହିଥିଲେ ଯେ ଡକ୍ଟର ଶାହନାୱାଜ ଫୋନ କରୁଛନ୍ତି। ଏହା ଉପରେ ପୀଡିତା ଯିବାକୁ ମନା କରିଦେଇଥିଲେ। ଏହା ପରେ ରାତି ପ୍ରାୟ 12.30ରେ ୱାର୍ଡ ବଏ ଜୁନାଦ ପୁଣି ଆସି ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲେ। ତା’ପରେ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ନିଆଯାଇ ବାହାରେ କବାଟ ବନ୍ଦ କରିଦିଆଗଲା।
ପୀଡିତା ଅନ୍ୟ ଜଣେ ନର୍ସଙ୍କୁ ଡାକି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, କିନ୍ତୁ କେହି ଆସି ନଥିଲେ। ଏହା ପରେ ଡାକ୍ତର ଶାହନାୱାଜ ପୀଡିତା ନର୍ସଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟକୁ କଥା ପ୍ରଘଟ ନକରିବାକୁ ଡାକ୍ତର ଧମକ ଦେଇଥିଲେ। ପୀଡିତା ସକାଳେ ଘରେ ପହଞ୍ଚିବା ପରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହିଥିଲେ। ତା’ପରେ ପରିବାର ସଦସ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଡାକ୍ତରଖାନାର ଲାଇସେନ୍ସ ବାତିଲ ଏବଂ ସିଲ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।