ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ ଚୋରି ହୋଇଥିବା ନେଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିତମ ପନକା ଝରିଗାଁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ବୁଧବାରଠାରୁ ଦଶହରା ପୂଜାଛୁଟିର ପ୍ରଥମ ଦିନରେ ବିଦ୍ୟାଳୟର ପାଚିକା ଓ ସହାୟିକା ସ୍କୁଲ ବଗିଚାରେ ପାଣି ଦେବାକୁ ଯାଇଥିଲେ। ବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ ଚାଉଳ ମହଜୁଦ ଘରର ତାଲା ଦ୍ୱୟ […] The post ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ appeared first on Dharitri Odia News.

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ ଚୋରି ହୋଇଥିବା ନେଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିତମ ପନକା ଝରିଗାଁ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ବୁଧବାରଠାରୁ ଦଶହରା ପୂଜାଛୁଟିର ପ୍ରଥମ ଦିନରେ ବିଦ୍ୟାଳୟର ପାଚିକା ଓ ସହାୟିକା ସ୍କୁଲ ବଗିଚାରେ ପାଣି ଦେବାକୁ ଯାଇଥିଲେ। ବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ ଚାଉଳ ମହଜୁଦ ଘରର ତାଲା ଦ୍ୱୟ ଭଙ୍ଗା ହୋଇଥିବା ଦେଖିଥିଲେ। ଏନେଇ ପ୍ରଧାନଶିକ୍ଷକ ଖବର ପାଇ ସ୍କୁଲକୁ ଆସି ବିଦ୍ୟାଳୟ ପରିଚାଳନା କମିଟିଙ୍କ ସହ ଦେଖିବା ପରେ ଦୁଇ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଥାନା ଏଏସ୍‌ଆଇ କେଦାର ନାଥ ରାଉତ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ସେହିପରି ଗତ ସୋମବର ଝରିଗାଁ ଥାନା ଅନ୍ତର୍ଗତ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଗୃହର ତାଲା ଭଙ୍ଗା ଯାଇଥିବା ନେଇ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ପ୍ରସାଦ ମିଶ୍ର ଝରିଗାଁ ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଥାନା ଏସ୍‌ଆଇ ଲକ୍ଷ୍ମୀନାରାୟଣ ଦୋରା ପହଞ୍ଚି ତଦନ୍ତ କରିଥିଲେ। ଉକ୍ତ ବିଦ୍ୟାଳୟର ତାଲା ଭଙ୍ଗା ଯାଇଥିଲେ ମଧ୍ୟ କୌଣସି ଜିନିଷ ଚୋରି ହୋଇ ନ ଥିବା ପ୍ରଧାନଶିକ୍ଷକ ମିଶ୍ର ସୂଚନା ଦେଇଛନ୍ତି।

The post ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ appeared first on Dharitri Odia News.