ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁନି ଏହି ଖାଦ୍ୟ ? ନଚେତ୍ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ...
ନୂଆଦିଲ୍ଲୀ ୧୫।୦୩: ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ୟକ । ରାତିରେ ସଠିକ୍ ଭାବେ ନଶୋଇଲେ ଅନେକ ରୋଗ ହୋଇଥାଏ । ଖାସ୍ କରି ହୃଦଘାତ, କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ । ଖାଦ୍ୟରେ ଅନିୟମିତତା ଯୋଗୁଁ ମଧ୍ୟ ନିଦ୍ରହୀନତାର ଶିକାର ହୁଅନ୍ତି ଲୋକେ । ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯେଉଁଥି ପାଇଁ ରାତିରେ ନିଦ ହୁଏନି । ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆସନ୍ତୁ ଜାଣିବା... ଶୋଇବା ପୂର୍ବରୁ ଅଧିକ ଡ୍ରାଏ ଫ୍ରୁଟସ୍, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁନି ନାହିଁ । ଏଥିରେ ଫାଇବର ଅଧିକ ଥିବାରୁ ଶୋଇବା ପୂର୍ବରୁ ଏହାକୁ ଖାଇବା ଅନୁଚିତ । ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ରାତିରେ କଞ୍ଚା ପିଆଜ, ହ୍ବାଇଟ୍ ଓ୍ବାଇନ୍ ଏବଂ ଟମାଟୋ ସସ୍ ଖାଇବା ଦ୍ବାରା ରାତିରେ ନିଦ ହୋଇନଥାଏ । ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚା, ସୋଡା, କଫି, ଚକୋଲେଟ୍, ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟରେ କ୍ୟାଫିନ୍ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ଏଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
ନୂଆଦିଲ୍ଲୀ ୧୫।୦୩: ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ୟକ । ରାତିରେ ସଠିକ୍ ଭାବେ ନଶୋଇଲେ ଅନେକ ରୋଗ ହୋଇଥାଏ । ଖାସ୍ କରି ହୃଦଘାତ, କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ । ଖାଦ୍ୟରେ ଅନିୟମିତତା ଯୋଗୁଁ ମଧ୍ୟ ନିଦ୍ରହୀନତାର ଶିକାର ହୁଅନ୍ତି ଲୋକେ ।

ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯେଉଁଥି ପାଇଁ ରାତିରେ ନିଦ ହୁଏନି । ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆସନ୍ତୁ ଜାଣିବା... ଶୋଇବା ପୂର୍ବରୁ ଅଧିକ ଡ୍ରାଏ ଫ୍ରୁଟସ୍, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁନି ନାହିଁ ।

ଏଥିରେ ଫାଇବର ଅଧିକ ଥିବାରୁ ଶୋଇବା ପୂର୍ବରୁ ଏହାକୁ ଖାଇବା ଅନୁଚିତ । ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ରାତିରେ କଞ୍ଚା ପିଆଜ, ହ୍ବାଇଟ୍ ଓ୍ବାଇନ୍ ଏବଂ ଟମାଟୋ ସସ୍ ଖାଇବା ଦ୍ବାରା ରାତିରେ ନିଦ ହୋଇନଥାଏ ।

ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚା, ସୋଡା, କଫି, ଚକୋଲେଟ୍, ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟରେ କ୍ୟାଫିନ୍ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ଏଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ ।