ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ
ସାଲେପୁର(କେନ୍ୟୁଜ୍): ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ଲାଗିଛି । ଏ ଚୋରମାନେ ନା ଆଇନକୁ ଭୟ କରୁଛନ୍ତି ନା ଭୟ କରୁଛନ୍ତି ପୋଲିସକୁ । ଦିନ ବେଳେ ଟାର୍ଗେଟ କରୁଛନ୍ତି ଘର ଆଉ ରାତି ହେଲେ ବୁଲାଉଛନ୍ତି କଳାକନା । ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତ ର ଚାହାପଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ତିନିଗୋଟି ପରିବାରରୁ ସିରିଜ […] The post ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ appeared first on KNews Odisha.

ସାଲେପୁର(କେନ୍ୟୁଜ୍): ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ଲାଗିଛି । ଏ ଚୋରମାନେ ନା ଆଇନକୁ ଭୟ କରୁଛନ୍ତି ନା ଭୟ କରୁଛନ୍ତି ପୋଲିସକୁ । ଦିନ ବେଳେ ଟାର୍ଗେଟ କରୁଛନ୍ତି ଘର ଆଉ ରାତି ହେଲେ ବୁଲାଉଛନ୍ତି କଳାକନା ।
ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତ ର ଚାହାପଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ତିନିଗୋଟି ପରିବାରରୁ ସିରିଜ ଚୋରି ହୋଇଯାଇଛି । ପ୍ରାୟ ୧୦/୧୫ ଲକ୍ଷ ଟଙ୍କାର ସମ୍ପତି ଲୁଟ ହୋଇଥିବା ଅନୁମାନ କରାଯାଉଛି । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ରୁ ୩ଟା ମଧ୍ୟ୍ୟରେ ୩ ଜଣ ଦୁବୁର୍ତ୍ତ ହାତରେ ମାରଣାସ୍ତ୍ର ଧରି ପ୍ରଥମେ ପ୍ରଶାନ୍ତ ରାଉତଙ୍କ ଘରେ ପଶିଥିଲେ । ସେହି ସମୟରେ ପ୍ରଶାନ୍ତ ଘରେ ଅନୁପସ୍ଥିତ ଥିଲେ l ସେ ଏକ ଜରୁରୀ କାର୍ଯ୍ୟରେ ପରିବାର ସହ ବାହାରକୁ ଯାଇଥିଲେ । ତେଣୁ ଘର ଖାଲି ଥିବାରୁ ତାଙ୍କ ଭଉଣୀଙ୍କୁ ଡାକିଥିଲେ ପ୍ରଶାନ୍ତ । ତେବେ ଘରେ ତାଙ୍କର ଅନୁପସ୍ଥିତର ସୁଯୋଗ ନେଇ ଘରେ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ। ଏବଂ ତାଙ୍କ ଭଉଣୀଙ୍କୁ ମାରଣାସ୍ତ୍ର ଦେଖାଇ ଆଲମାରୀ ଭାଙ୍ଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅଢେଇ ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ ।
ସମାନ ଭାବେ ଆଉ ଦୁଇ ଜଣଙ୍କ ଘରେ ପଶି ଏ ଦୁବୁର୍ତ୍ତମାନେ ଅଳଙ୍କାର ସହ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଡକାୟତି କରିଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।
The post ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ appeared first on KNews Odisha.