ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ଯୁଯୋମୂରା ବ୍ଲକ ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁପାଲି ଠାରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗୁରୁବାର ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ହରିପ୍ରିୟା ସାମଲ ଓ ଆଶିଷ ସାମଲ ଏବଂ ନାମଯଜ୍ଞ କର୍ତ୍ତା ଅଶୋକ ସାମଲ ଏବଂ ତାଙ୍କ ଧର୍ମପତ୍ନୀ ଉତ୍ତରୀ ସାମଲ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର ରତ୍ନମୁଦ ପାଇଁ ସୁନା, ରୂପା ସହ ବିଭିନ୍ନ ଧାତୁ ଓ ଧାନ ଭର୍ତ୍ତି କରି ମନ୍ଦିରର ଚୂଡା ପୂର୍ଣ୍ଣ […] The post ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.

ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ଯୁଯୋମୂରା ବ୍ଲକ ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁପାଲି ଠାରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗୁରୁବାର ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ହରିପ୍ରିୟା ସାମଲ ଓ ଆଶିଷ ସାମଲ ଏବଂ ନାମଯଜ୍ଞ କର୍ତ୍ତା ଅଶୋକ ସାମଲ ଏବଂ ତାଙ୍କ ଧର୍ମପତ୍ନୀ ଉତ୍ତରୀ ସାମଲ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର ରତ୍ନମୁଦ ପାଇଁ ସୁନା, ରୂପା ସହ ବିଭିନ୍ନ ଧାତୁ ଓ ଧାନ ଭର୍ତ୍ତି କରି ମନ୍ଦିରର ଚୂଡା ପୂର୍ଣ୍ଣ କରିଥିଲେ I ପଣ୍ଡୁପାଲି ସମେତ ବିଭିନ୍ନ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ, ଭକ୍ତଙ୍କ ଦ୍ୱାରା ରତ୍ନମୁଦ ପାଇଁ ଧାନ ଓ ଧାତୁ ତଥା ମୁଦ୍ରା ପ୍ରଦାନ କରାଯାଇଥିଲା I ଏହି ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା ପାଇଁ ଗୋଧୂଳି ଲଗ୍ନେ କଳସ ଯାତ୍ରା କରାଯାଇ ଗ୍ରାମ୍ୟ ପୋଖରୀ ରୁ ଵିଧି ମୁତାବକ ଜଳ ଅଣାଯାଇଥିଲା I ସନ୍ଧ୍ୟା ରେ ମାନେଶ୍ଵର ଚାନ୍ଦମୁଣ୍ଡା ର କୃଷ୍ଣଗୁରୁ ଭଜନ ପରିବେଷଣ କରାଯାଇଥିଲା I ଆସନ୍ତାକାଲି ତା. ୨୪.୦୧.୨୦୨୫ (ଶୁକ୍ରବାର) ଦେବତା ପୂଜା ଓ ମଣ୍ଡଲ ପୂଜା, ତା. ୨୫.୦୧.୨୦୨୫ (ଶନିବାର) ଦେବତା ପ୍ରତିଷ୍ଠା, ନାମାରମ୍ଭ ଏବଂ ତା. ୨୬.୦୧.୨୦୨୫ (ରବିବାର) ମନ୍ଦିର ପ୍ରତିଷ୍ଠା, ପୂର୍ଣାହୁତି, ଅପରାହ୍ନ ୧.୦୦ ଘ. ରୁ ଉଦଣ୍ଡ କୀର୍ତ୍ତନ (ମହିଳା) ପରମାଣପୁର ଏବଂ ଟିହିକିପାଲି ଏବଂ ସନ୍ଧ୍ୟା ରେ ତୋରା (ବରଗଡ଼) ଏବଂ ଦୁଲମପୁର (ବରଗଡ଼) ର ରଙ୍ଗୀନ କୃଷ୍ଣଗୁରୁ ଅନୁଷ୍ଠିତ ହେବ I ପୂଜକ ନରୋତ୍ତମ ଧର, ରଞ୍ଜନ କୁମାର କର, ଅରବିନ୍ଦ ବିଶ୍ୱାଳ, ଦୁଃଖ ନାଶନ କର, ପ୍ରଶାନ୍ତ କୁମାର ନାୟକ ଓ ସହଯୋଗୀ ପୂଜାର୍ଚ୍ଚନା କରୁଛନ୍ତି I ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଆଜିକାର ଏହି ସମସ୍ତ କାର୍ଯ୍ୟକ୍ରମକୁ କମିଟି ର ସଭାପତି ରମଣୀ ରଞ୍ଜନ ସାମଲ, ସମ୍ପାଦକ ଆନନ୍ଦ କୁମାର ସାମଲ ତଥା ସମ୍ଭୁ ଚରଣ ପ୍ରଧାନ, ପ୍ରଦୀପ ଭୋଇ, ବିନୋଦ କୁମାର ସାମଲ, ପୁଟୁ ଭୋଇ, ପ୍ରଫୁଳ୍ଲ ବାଗ, ଯଦୁ ପାଣ୍ଡେ,ଅସାଧୁ ତରିଆ ସହଯୋଗୀମାନେ ପରିଚାଳନା କରିଥିଲେ।

The post ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.