ରାଧିକା-ଅନନ୍ତଙ୍କ ବିବାହକୁ ଆସିବେନି ଗାନ୍ଧୀ ପରିବାର, ରହିଛି ଏହି କାରଣ…
ନୂଆଦିଲ୍ଲୀ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହରେ ଭାରତ ତଥା ବିଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନେ ଯୋଗଦେବେ। ଏହି ସମୟରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ବିବାହରେ ଯୋଗଦେବେ ନାହିଁ ବୋଲି କୁହାଯାଉଛି। ଏହାପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। […] The post ରାଧିକା-ଅନନ୍ତଙ୍କ ବିବାହକୁ ଆସିବେନି ଗାନ୍ଧୀ ପରିବାର, ରହିଛି ଏହି କାରଣ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହରେ ଭାରତ ତଥା ବିଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନେ ଯୋଗଦେବେ। ଏହି ସମୟରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ବିବାହରେ ଯୋଗଦେବେ ନାହିଁ ବୋଲି କୁହାଯାଉଛି।
ଏହାପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏଠାରେ ସେ ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ। ମୁକେଶ ଅମ୍ବାନୀ ନିଜେ ପୁଅର ବିବାହ ପାଇଁ ସ୍ବତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ରେ ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ୱାଲର୍ଡ ଜିଓ ସେଣ୍ଟରରେ ଅନୁଷ୍ଠିତ ହେବ। ଅନେକ କମ୍ପାନୀର ଗ୍ଲୋବାଲ ସିଇଓମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି।
The post ରାଧିକା-ଅନନ୍ତଙ୍କ ବିବାହକୁ ଆସିବେନି ଗାନ୍ଧୀ ପରିବାର, ରହିଛି ଏହି କାରଣ… appeared first on Dharitri Odia News.