ରାମ ମନ୍ଦିର ଛକରେ ଭଜପା ଯୁବମୋର୍ଚ୍ଚାର ରାସ୍ତାରୋକ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୧୪।୧: କର୍ପୋରେଟର ଜୀବନ ରାଉତଙ୍କୁ ଗିରଫ ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାସ୍ତାରୋକ କରିଛି ଭଜପା ଯୁବମୋର୍ଚ୍ଚା। ରାସ୍ତାରୋକ ସହ ଭଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରାସ୍ତାରୋକ ଫଳରେ ସଂପୃକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶନିବାର ମଧ୍ୟ ଭାଜପା କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କୁ ଗିରଫକୁ ବିରୋଧ କରି ଭାଜପାର କାର୍ଯ୍ୟକର୍ରା ଓ କର୍ମୀ ସତ୍‌ସଙ୍ଗ ବିହାର ଛକ ନିକଟରେ […] The post ରାମ ମନ୍ଦିର ଛକରେ ଭଜପା ଯୁବମୋର୍ଚ୍ଚାର ରାସ୍ତାରୋକ, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.

ରାମ ମନ୍ଦିର ଛକରେ ଭଜପା ଯୁବମୋର୍ଚ୍ଚାର ରାସ୍ତାରୋକ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୧୪।୧: କର୍ପୋରେଟର ଜୀବନ ରାଉତଙ୍କୁ ଗିରଫ ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାସ୍ତାରୋକ କରିଛି ଭଜପା ଯୁବମୋର୍ଚ୍ଚା। ରାସ୍ତାରୋକ ସହ ଭଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରାସ୍ତାରୋକ ଫଳରେ ସଂପୃକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଶନିବାର ମଧ୍ୟ ଭାଜପା କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କୁ ଗିରଫକୁ ବିରୋଧ କରି ଭାଜପାର କାର୍ଯ୍ୟକର୍ରା ଓ କର୍ମୀ ସତ୍‌ସଙ୍ଗ ବିହାର ଛକ ନିକଟରେ ଜାତୀୟ ରାଜପଥ–୧୬କୁ ପ୍ରାୟ ୨ ଘଣ୍ଟା ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଗାଡ଼ିମୋଟର ସହ ଆମ୍ବୁଲାନ୍ସ ଅଟକି ରହିଥିଲା।

ଭାଜପା କର୍ପୋରେଟରଙ୍କୁ ଗିରଫ ପୋଲିସ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସେମାନେ। ପରେ ଭାଜପା ପ୍ରତିନିଧ୍ୟ ମଣ୍ଡଳୀ ସହ ଅତିରିକ୍ତ ପୋଲିସ କମିଶନରଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା। ଜୀବନଙ୍କୁ ମାଡ଼ ମାରିଥିବା ପୋଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ପକ୍ଷରୁ ୪୮ ଘଣ୍ଟା ସମୟ ଦିଆଯାଇଥିଲା। ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିବା ସହ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

The post ରାମ ମନ୍ଦିର ଛକରେ ଭଜପା ଯୁବମୋର୍ଚ୍ଚାର ରାସ୍ତାରୋକ, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.