ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ଅଘୋଷିତ ଜମି ବିକ୍ରି
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ୫୦ ଏକର ଜମିରେ ମେଳଣ ପଡ଼ିଆ, କଚେରୀ ଘର, ଜଳାଶୟ ଓ ମା’ଙ୍କ ମୁଖ୍ୟ ମନ୍ଦିର ଗୃହ ରହିଛି। ମା’ଙ୍କ ନାମରେ ଅନ୍ୟ ଏକ ଜମିରେ ମେଳଣ ଦଖଲ ନୋଟ ୧୫ ଏକରରୁ ଅଧିକ ଜମି ରହିଛି। ମା’ଙ୍କ ନାମରେ ଖାତା ନଂ. ୨୦୮ ପ୍ଲଟ ନଂ. ୬୮୮ ପେଟଚ୍ଛେଲା ମୌଜାରେ ଅବସ୍ଥିତି ରହିଛି। ମା’ଙ୍କ ମନ୍ଦିର ଦୈନଦିନ ନୀତି ପାଳନ ପାଇଁ […] The post ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ଅଘୋଷିତ ଜମି ବିକ୍ରି appeared first on Dharitri Odia News.
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ୫୦ ଏକର ଜମିରେ ମେଳଣ ପଡ଼ିଆ, କଚେରୀ ଘର, ଜଳାଶୟ ଓ ମା’ଙ୍କ ମୁଖ୍ୟ ମନ୍ଦିର ଗୃହ ରହିଛି। ମା’ଙ୍କ ନାମରେ ଅନ୍ୟ ଏକ ଜମିରେ ମେଳଣ ଦଖଲ ନୋଟ ୧୫ ଏକରରୁ ଅଧିକ ଜମି ରହିଛି। ମା’ଙ୍କ ନାମରେ ଖାତା ନଂ. ୨୦୮ ପ୍ଲଟ ନଂ. ୬୮୮ ପେଟଚ୍ଛେଲା ମୌଜାରେ ଅବସ୍ଥିତି ରହିଛି। ମା’ଙ୍କ ମନ୍ଦିର ଦୈନଦିନ ନୀତି ପାଳନ ପାଇଁ କୁଜଙ୍ଗ ରାଜା କେଉଁ ଆବାହନ କାଳରୁ ମନ୍ଦିର ପରିଚାଳନା ସେବାୟତ ଓ ପାଟକମାନଙ୍କ ପାଇଁ ଜମି ଯୋଗାଇ ଦେଇଥିଲେ। ହେଲେ କେତେଜଣ ସ୍ଥାନୀୟ ଲୋକମ ମା’ଙ୍କ ମନ୍ଦିର ବିଜେସ୍ଥଳୀ ଜମିକୁ ପ୍ଲଟିଂ କରି ଡିସିମିଲ ପିଛା ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଅଘୋଷିତ କାଗଜପତ୍ର କରି ବିକ୍ରି ହେଉଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମା’ଙ୍କ ମେଳଣ ପଡ଼ିଆଠାରେ ବହୁ ତଳ ସ୍ଥାୟୀ ଗୃହ ନିର୍ମାଣ କରୁଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମନରେ ଘୋର ନିରାଶ ଭାବ ସୃଷ୍ଟି ହୋଇଛି। ଏ ନେଇ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁଙ୍କ ସମେତ ବହୁ ଶ୍ରଦ୍ଧାଳୁ ସୋମବାର ପୂର୍ବାହ୍ନରେ ତହସିଲଦାର ଶିବ ମଲିକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ମଲିକଙ୍କ ପରାମର୍ଶକ୍ରମେ ପରେ ସେନା ସଦସ୍ୟମାନେ ଅତିରିକ୍ତ ତହସିଲଦାର ଶାନ୍ତିଲତା ହେମ୍ବ୍ରମଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଅନୁସାରେ, କେତେଜଣ ବ୍ୟବସାୟୀ ମା’ଙ୍କ ଜମିକୁ ପ୍ଲଟିଂ କରି ବିଭିନ୍ନ ଦୋକାନ ବଜାର, ଉଚ୍ଚ ପାଣି ଟାଙ୍କି ନିର୍ମାଣ ଓ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ ହୋଇଛି ବୋଲି ଉଲ୍ଲେଖ ରହିଛି। ଅପରପକ୍ଷରେ ମା’ଙ୍କ ପରିଚାଳନା ଟ୍ରଷ୍ଟିଙ୍କ ନୀରବତା ଦର୍ଶାଉଛି ବେଆଇନ ଜମି କିଣା ବିକାରେ ସମ୍ପୃକ୍ତି ଥିବା ଜୋର ଧରିଛି। ଏ ସମ୍ପର୍କରେ ତହସିଲଦାର ମଲିକଙ୍କୁ ପଚାରିବାରେ ଜମି ବିକ୍ରି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
The post ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ଅଘୋଷିତ ଜମି ବିକ୍ରି appeared first on Dharitri Odia News.