ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର
ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ରାମନବମୀରେ ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ଜିଲା ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ମା’ ଉକିଆ ମଲ୍ଲିକ(୭୨)ଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପୁଅ ବାଳକୃଷ୍ଣ ମଲ୍ଲିକ(୪୫)ଙ୍କୁ ପୋଲିସ […] The post ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର appeared first on Dharitri Odia News.
ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ରାମନବମୀରେ ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ଜିଲା ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ମା’ ଉକିଆ ମଲ୍ଲିକ(୭୨)ଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପୁଅ ବାଳକୃଷ୍ଣ ମଲ୍ଲିକ(୪୫)ଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ କୌଣସି କଥାକୁ ନେଇ ବାପା ଗୟା ଏବଂ ପୁଅ ବାଳକୃଷ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବାଳକୃଷ୍ଣ ଏକ ଶାବଳରେ ବାପାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ମା’ ଉକିଆ ମଧ୍ୟ ଏଥିରୁ ବର୍ତ୍ତି ନ ଥିଲେ। ଆକ୍ରମଣରେ ଗୟା ଓ ଉକିଆ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲେକେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ସେଠାରେ ଡାକ୍ତର ଗୟାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯୁଯୁମୁରା ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି ଅଭିଯୁକ୍ତ ବାଳକୃଷ୍ଣଙ୍କୁ ହେପାଜତକୁ ନେଇଥିଲା।
The post ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର appeared first on Dharitri Odia News.