ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା…
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସିଏମ ଯୋଗୀ ଲେଖିଛନ୍ତି, ଅଯୋଧ୍ୟା ଧାମର ଏହି ଦୃଶ୍ୟ ଦେଖି ମୁଁ ଭାବପ୍ରବଣ ଏବଂ ଆନନ୍ଦିତ । ୫୦୦ ବର୍ଷ ଅପେକ୍ଷା କରିବା ପରେ ଆମ ପ୍ରଭୁ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବା ଭାରତର ସାଂସ୍କୃତିକ ସମୃଦ୍ଧିର […] The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା… appeared first on Dharitri Odia News.
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସିଏମ ଯୋଗୀ ଲେଖିଛନ୍ତି, ଅଯୋଧ୍ୟା ଧାମର ଏହି ଦୃଶ୍ୟ ଦେଖି ମୁଁ ଭାବପ୍ରବଣ ଏବଂ ଆନନ୍ଦିତ । ୫୦୦ ବର୍ଷ ଅପେକ୍ଷା କରିବା ପରେ ଆମ ପ୍ରଭୁ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବା ଭାରତର ସାଂସ୍କୃତିକ ସମୃଦ୍ଧିର ଏକ ନୂତନ ଅଧ୍ୟାୟର ଆରମ୍ଭ । ଜୟ ଜୟ ଶ୍ରୀରାମ। ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି , ଆଜି ଜୀବନ ଧନ୍ୟ ହୋଇଯାଇଛି। ଶତାବ୍ଦୀ ଧରି ଅପେକ୍ଷା, ଶପଥ ଓ ପ୍ରାର୍ଥନା ଅଯୋଧ୍ୟା ଧାମରେ ପ୍ରଭୁ ରାମଲାଲାଙ୍କ ନୂତନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ସହିତ ସମାପ୍ତ ହୋଇଛି। ରାମଲାଲାଙ୍କ ନୂତନ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସମ୍ମାନିତ ଅତିଥି ଏବଂ ଭକ୍ତମାନଙ୍କୁ ହୃଦୟରୁ କୃତଜ୍ଞତା।
The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା… appeared first on Dharitri Odia News.