ରାଶିଫଳ: ରବିବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରରେ ଦେବଗୁରୁ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ସାମାଜିକ ସମ୍ମାନ ପ୍ରଦାନ କରିପାରନ୍ତି। ବିବାଦର ସମାଧାନ ସାଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ ତଥା ବାଣିଜ୍ୟରୁ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ। ବୃଷ ଲାଭାଧିପତି ରାଶିରେ ରହି ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ପ୍ରଭୃତିରେ ସଫଳତା ପ୍ରଦାନ କରିବେ। ଯାନ୍ତ୍ରିକ ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ […] The post ରାଶିଫଳ: ରବିବାର, ଡିସେମ୍ବର ୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଡିସେମ୍ବର ୧  ତାରିଖ – Daily Horoscope
ମେଷ
ଆଜି ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରରେ ଦେବଗୁରୁ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ସାମାଜିକ ସମ୍ମାନ ପ୍ରଦାନ କରିପାରନ୍ତି। ବିବାଦର ସମାଧାନ ସାଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ ତଥା ବାଣିଜ୍ୟରୁ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ।
ବୃଷ
ବୃଷ
ଲାଭାଧିପତି ରାଶିରେ ରହି ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ପ୍ରଭୃତିରେ ସଫଳତା ପ୍ରଦାନ କରିବେ। ଯାନ୍ତ୍ରିକ ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟି ଷଷ୍ଠ ସ୍ଥାନକୁ ଥିବାରୁ ରୋଗପୀଡ଼ା କମିବା ସହ ଋଣ ପରିଶୋଧରେ ସମର୍ଥ ହେବେ। ଆରଦ୍ରା ନକ୍ଷତ୍ର କାର୍ଯ୍ୟରେ ବିଫଳତା ଓ ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ ମନସ୍ତାପ କରିବେ। ଚନ୍ଦ୍ରଙ୍କ ପ୍ରଭାବରେ ଆର୍ଥିକ ଦିଗରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ହେତୁ ସାମାଜିକସ୍ତରରେ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ବନ୍ଧୁଙ୍କ ଆଦର, ଗୌରବ ଓ କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ଷଷ୍ଠସ୍ଥ ଶୁକ୍ରଜନିତ କଳ୍ପନା ବିଳାସୀ ହୋଇପାରନ୍ତି। ଘରେ ନଥିବା ସମୟରେ କୌଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବିଶେଷ ଭ୍ରମଣ ପରିପ୍ରେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
କୋଣଭାବସ୍ଥ ଶୁକ୍ରଜନିତ ଆପଣ ମନ ଭୁଲାଣିଆ ପଦେ କଥାରେ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନ୍ୟାୟରେ ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଯୋଗ ରହିଛି। ଠିକଣା ସମୟରେ ଅନ୍ୟମାନଙ୍କ ଅନୁପସ୍ଥିତି ବେଶି ବାଧିପାରେ।
କନ୍ୟା
ଭାଗ୍ୟସ୍ଥ ଗୁରୁ କୃପାରୁ ମନର ଦୁଃଖକୁ ମନରେ ରଖି କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।
ତୁଳା
ତୁଳା
ରାଶ୍ୟାଧିପ ତୃତୀୟସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‍ ମାର୍ଗ ଅନୁସରଣ କଲେ କ୍ଷତି ସହିବେ। କର୍ମକ୍ଷେତ୍ରରେ ଭୁଲ୍‍ ଖବର ପାଇ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ, ଯାହାକି ଆପଣଙ୍କ କାମକୁ ଆସିବ।
ବିଛା
ବିଛା
ରାଶିରେ ତିନୋଟିଗ୍ରହ ଆପଣଙ୍କୁ ନୈରାଶ୍ୟଜନକ ସ୍ଥିତିରୁ ମାନସିକ କଷ୍ଟ ପ୍ରଦାନ କରିବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟା ବଢ଼ାଇପାରେ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ କରିପାରନ୍ତି। କଚେରି ମାମଲା କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବାର ଆଶଙ୍କା ରହିଛି।
ଧନୁ
ଧନୁ
ଚତୁର୍ଥସ୍ଥ ରାହୁଜନିତ ମନ ଶଙ୍କାକୁଳ ରହିବାରୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋଙ୍କ ମନରେ ଭିନ୍ନଭାବ ପୋଷଣ କରିବ। ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଉଚ୍ଚ ସୋପାନ ଆରୋହଣ କରିପାରନ୍ତି।
ମକର
ମକର
ମଙ୍ଗଳଙ୍କ ଦୁର୍ବଳତାଜନିତ କୁପ୍ରଭାବ ଆପଣଙ୍କୁ ଇଚ୍ଛା ବିରୋଧୀ ପରିସ୍ଥିତିର ସମ୍ମୁଖୀନ କରାଇପାରେ। ଆଜି ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରିବା ଭଲ। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିବେ। ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରୁ ସାହାଯ୍ୟ, ସହଯୋଗ ଲାଭ କରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଉଧାର କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ। ସଭାସମିତିରେ ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ।
ମୀନମୀନ

ରାଶିସ୍ଥ ରାହୁ ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରାକୁ ବଦଳାଇ ଦେଇପାରେ। ରେବତୀ ନକ୍ଷତ୍ର ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ୍‍ ଜିନିଷ ପ୍ରାପ୍ତ ହୋଇ ପାରନ୍ତି। ଶୁକ୍ରଙ୍କ ପ୍ରଭାବରେ କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ। ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ଦେବେ।

The post ରାଶିଫଳ: ରବିବାର, ଡିସେମ୍ବର ୧ ତାରିଖ – Daily Horoscope appeared first on Dharitri Odia News.