ରାଶିଫଳ: ରବିବାର, ନଭେମ୍ବର ୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର କର୍ମାରମ୍ଭ ସକାଶେ ଯୋଜନା କରିବେ। ପାରିବାରିକ ସମସ୍ୟା ସମାଧାନ ଲାଗି ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇ ନେବାର ଚେଷ୍ଟା କରିବେ। ପରିବହନ, ବ୍ୟବସାୟ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ବିଶେଷ ସୁଫଳ ପ୍ରାପ୍ତି ହୋଇପାରେ। ବୃଷ ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ଗ୍ରହସ୍ଥିତି ବାଧକ ସାଜିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲ ରହିବା ସହ କର୍ମକ୍ଷେତ୍ରରେ ସ୍ଥଗିତ […] The post ରାଶିଫଳ: ରବିବାର, ନଭେମ୍ବର ୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ନଭେମ୍ବର ୩ ତାରିଖ – Daily Horoscope
ମେଷ
ଦ୍ୱିଜା ନକ୍ଷତ୍ର କର୍ମାରମ୍ଭ ସକାଶେ ଯୋଜନା କରିବେ। ପାରିବାରିକ ସମସ୍ୟା ସମାଧାନ ଲାଗି ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇ ନେବାର ଚେଷ୍ଟା କରିବେ। ପରିବହନ, ବ୍ୟବସାୟ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ବିଶେଷ ସୁଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ଗ୍ରହସ୍ଥିତି ବାଧକ ସାଜିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲ ରହିବା ସହ କର୍ମକ୍ଷେତ୍ରରେ ସ୍ଥଗିତ କାମ ଶେଷ କରିବେ। ପରିବାର ସମସ୍ୟା ଭିତରେ ଗତି କଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ। ମୃଗଶିରା ନକ୍ଷତ୍ର ମୂଲ୍ୟବାନ୍‌ ଜିନିଷ କ୍ରୟ ପାଇଁ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣ କରିପାରେ। ଆରଦ୍ରା ନକ୍ଷତ୍ର ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାଧାରଣ କଥାକୁ ନେଇ ରାଗ ପଡ଼ିଥିବା ଅବୁଝା ବନ୍ଧୁଙ୍କୁ ବୁଝାଇ ମନାଇବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଆଜି ପ୍ରତ୍ୟେକ କାମ ସମାହିତ ହୋଇପାରିବ, କିନ୍ତୁ ପାରିବାରିକ ବିଷୟ ନେଇ ଡିପ୍ରେସନ ସୃଷ୍ଟି ହେବ। ଆପଣଙ୍କ ବିନୟ ବଚନ ପ୍ରଭାବରୁ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ପୁଷ୍ୟା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବନ୍ଧୁ ଗହଣରେ ଆଲୋଚନାକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି।
ସି˚ହ
ସି˚ହ
ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ।
କନ୍ୟା
ପାରିବାରିକ ସହଯୋଗରେ ଚେଷ୍ଟା କରୁଥିବା କାମ ପାଇଁ ଖୋରାକି ମିଳିଯିବ। ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଲିପାରେ। ବନ୍ଧୁଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଧନ୍ୟ ମଣିବେ। ହସ୍ତା ନକ୍ଷତ୍ର ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ମନର ଅସନ୍ତୋଷକୁ ପରିପ୍ରକାଶ କରି ବନ୍ଧୁଙ୍କ ସହ ସମ୍ପର୍କ କ୍ଷୁଣ୍ଣ କରାଇବ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ପରିବହନ ଓ କର୍ମାରମ୍ଭ କ୍ଷେତ୍ରରେ ସଫଳତା ମିଳିବ। ସ୍ବାତୀ ନକ୍ଷତ୍ର ରଚନାମତ୍କ କାମରେ, ଚୁକ୍ତିପତ୍ର କରିବାରେ ସଫଳ ହେବେ।
ବିଛା
ବିଛା
ମନ ଅନୁଯାୟୀ କାର୍ଯ୍ୟହାସଲ ନ ହେବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହେବ। ଅନୁରାଧା ନକ୍ଷତ୍ର ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ଖୁସିରେ ରହିବେ। ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନାର ସୁଯୋଗ ପାଇବେ। ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜିବେ।
ଧନୁ
ଧନୁ
ବିଗତ ଦିନର ଘଟଣାକୁ କେନ୍ଦ୍ରକରି ମନୋବଳ ହ୍ରାସ ପାଇବ। ଆଲୋଚନା ପରିସରରେ, ସଭାରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ। ମୂଳା ନକ୍ଷତ୍ର ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ଠିକ୍‌ ହେବ ନାହିଁ।
ମକର
ମକର
ଆଜି ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, ଯାହାକି ଆପଣଙ୍କ ସମସ୍ୟାକୁ କମାଇ ଦେବ। ବନ୍ଧୁ ଠିକ୍‌ ସମୟରେ ନ ଫେରିବାରୁ ବ୍ୟସ୍ତ ହୋଇପାରନ୍ତି। ଧନିଷ୍ଠା ନକ୍ଷତ୍ର ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିଯିବାରୁ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ, ପ୍ରତିବଦଳରେ ଓଲଟା ଫଳ ପାଇବେ। ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପାର ନେଇ ଅଶାନ୍ତ ହେବେ। ପୂର୍ବଭାଦ୍ର ନକ୍ଷତ୍ର ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ, ଜମିଜମା ବିବାଦରେ ଉପକୃତ ହେବେ।
ମୀନମୀନ

ରେବତୀ ନକ୍ଷତ୍ର ପାଇଁ ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା ଏବଂ ପ୍ରଶାସନିକ ଆଲୋଚନା ସମସ୍ୟା ମୁକ୍ତ ରହିବ। ପରିବାରରେ ବିଭିନ୍ନ ସମସ୍ୟାକୁ ସାମ୍ନା କରି ନ ପାରି ବିବ୍ରତ ହେବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।

The post ରାଶିଫଳ: ରବିବାର, ନଭେମ୍ବର ୩ ତାରିଖ – Daily Horoscope appeared first on Dharitri Odia News.