ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶର ସୁଲତାନପୁରର ଏମ୍‌ପି /ଏମ୍‌ଏଲେ କୋର୍ଟ ଜୁଲାଇ ୨ ରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଡକାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏକ ମାମଲା ଚାଲିଛି। ପ୍ରାୟ ୫ ବର୍ଷ ପୂର୍ବେ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଫେବୃଆରୀ ୨୦ରୁ କଂଗ୍ରେସ ନେତା ଏହି ମାମଲାରେ ଜାମିନରେ ଅଛନ୍ତି। ମାନହାନୀ ମାମଲା ପୂର୍ବରୁ […] The post ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶର ସୁଲତାନପୁରର ଏମ୍‌ପି /ଏମ୍‌ଏଲେ କୋର୍ଟ ଜୁଲାଇ ୨ ରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଡକାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏକ ମାମଲା ଚାଲିଛି। ପ୍ରାୟ ୫ ବର୍ଷ ପୂର୍ବେ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଫେବୃଆରୀ ୨୦ରୁ କଂଗ୍ରେସ ନେତା ଏହି ମାମଲାରେ ଜାମିନରେ ଅଛନ୍ତି। ମାନହାନୀ ମାମଲା ପୂର୍ବରୁ ଜୁନ ୧୮ରେ ଶୁଣାଣି ହେବାର ଥିଲା। ତେବେ ଏହି ମାମଲାର ଶୁଣାଣି କରିବାକୁ ଥିବା ଜଜ ଛୁଟିରେ ଥିଲେ, ଯେଉଁ କାରଣରୁ ଏହି ମାମଲାର ଶୁଣାଣି ଜୁନ ୨୬କୁ ଧାର୍ଯ୍ୟ କରାଯାଇଛି।

The post ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା appeared first on Dharitri Odia News.