ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ ଯୋଗୁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀ କେହି ବେଖାତିର ପ୍ରଦର୍ଶନ କରିପାରନ୍ତି। ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବୃଷ ମୁଖଭାବରେ ମଙ୍ଗଳ ଥିବାରୁ ଏମିତି କିଛି କାମ କରନ୍ତୁ ନାହିଁ, ଯଦ୍ଦ୍ବାରା ପରେ ଅନୁତପ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି କିମ୍ବା ପରୋକ୍ଷରେ […] The post ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ ଯୋଗୁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀ କେହି ବେଖାତିର ପ୍ରଦର୍ଶନ କରିପାରନ୍ତି। ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ମୁଖଭାବରେ ମଙ୍ଗଳ ଥିବାରୁ ଏମିତି କିଛି କାମ କରନ୍ତୁ ନାହିଁ, ଯଦ୍ଦ୍ବାରା ପରେ ଅନୁତପ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି କିମ୍ବା ପରୋକ୍ଷରେ କହିଥିବା କୌଣସି କଥାକୁ ନେଇ ବନ୍ଧୁ କଳହ କରିପାରନ୍ତି। ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ, ପରିବହନ ପାଇଁ ବିଶେଷ ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ।
ମିଥୁନ
ମିଥୁନ
ବୁଧ ଧନ ସ୍ଥାନରେ ଥିବାରୁ ଆଜି ବନ୍ଧୁ ଦେଇଥିବା ପ୍ରତିଶ୍ରୁତି, ପାଇବାକୁଥିବା ଅର୍ଥ, ଆରମ୍ଭ କରିବାକୁଥିବା କାମ ସବୁ ଠିକ୍‌ଠିକ୍‌ ହୋଇଯିବ। ଘରୋଇ ସମସ୍ୟା ସମାଧାନ ପାଇଁ ପଡ଼ୋଶୀଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ଅସି୍ଥରତା ଦୂର ହେବ ଏବଂ ବ୍ୟବସାୟିକ ଦିଗ ଭଲ ରହିବ। ସାମାଜିକ ସ୍ତରରେ ସମ୍ମାନିତ ହେବେ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟେକ ଦିଗରୁ ଅନୁକୂଳତା ପ୍ରାପ୍ତହୋଇ ଲକ୍ଷ୍ୟପୂରଣ କରିବେ। ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବା ସହ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇବ। ଅତୀତରେ ଘଟିଯାଇଥିବା ଘଟଣା ଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। କୌଣସି ଭୁଲ୍‌ ନିଷ୍ପତ୍ତି ପରିସ୍ଥିତି ଓ ପରିବେଶକୁ ବିଗାଡ଼ିଦେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ରବିଙ୍କ ଶୁଭତ୍ୱରୁ ଯେକୌଣସି ପରିସ୍ଥିତି ଆସୁନା କାହିଁକି ପଛକୁ ହଟିବାର ପ୍ରଶ୍ନ ଉଠିବ ନାହିଁ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା, କ୍ରୀଡ଼ା ଓ ମନୋରଞ୍ଜନରୁ ସମ୍ମାନିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବା ସାଙ୍ଗକୁ ପାରିବାରିକ ସ୍ଥିତି ପୂର୍ବପରି ରହିବ। ଆନୁଷ୍ଠାନିକ କାମରେ ପ୍ରିୟଜନମାନଙ୍କ ନିକଟରୁ ସାହାଯ୍ୟ ସହଯୋଗ ମିଳିବ।
କନ୍ୟା
ଭାଗ୍ୟସ୍ଥ ବୃହସ୍ପତିଙ୍କ ହେତୁ ପାରିବାରିକ ଜୀବନ, ଲୋକ ସମ୍ପର୍କ, ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଅନୁକୂଳ ରହିବ। ଆଜି ଗୃହୋପକରଣ ସାମଗ୍ରୀ କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ଜଣେ ବନ୍ଧୁଙ୍କ ସହଯୋଗରୁ ସ୍ଥଗିତ କାମକୁ ସମ୍ପନ୍ନ କରିବେ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ଅଭିଳଷିତ କାମଟି ହାସଲ ନକରି ଫେରିବେ ନାହିଁ। ପାରିବାରିକ କ୍ଷେତ୍ର, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ। ତଥାପି ଯାନ୍ତ୍ରିକ ତ୍ରୁଟି ଆଜିର ଯାତ୍ରାକୁ ବିଳମ୍ବିତ କରିପାରେ। ସଭାସମିତି କିମ୍ବା ଅଟକି ରହିଥିବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ।
ବିଛା
ବିଛା
ଶନିଙ୍କ ଦୃଷ୍ଟିଜନିତ ପରିସ୍ଥିତିର ବିଷମତା ସତ୍ତ୍ୱେ ଉଦ୍ୟମ ନିଷ୍ଫଳ ହେବନାହିଁ। ଯାହା ପାଖରୁ ଅର୍ଥ ପାଇବା କଥା, ତାହା ଅବଶ୍ୟ ପାଇପାରିବେ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ ଏବଂ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅଷ୍ଟମ ଚନ୍ଦ୍ରଙ୍କ ଯୋଗୁ ଅସଫଳତାକୁ କେନ୍ଦ୍ରକରି ଅଧିକାଂଶ ସମୟ ଟେନ୍‌ସନ ଲାଗିରହିବ। ମାନସିକ ସ୍ଥିରତା ଅଭାବଜନିତ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ। ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ବ୍ୟବସାୟିକ ସଫଳତା ମିଳିବା ସହ କେତେକ ନୂତନ କାମର ପରିକଳ୍ପନା କରିବେ।
ମକର
ମକର
ଶନିଙ୍କ ସୁପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଟେକ୍‌ନିକାଲ୍‌ କାର୍ଯ୍ୟ, ଅଦାଲତ ପ୍ରଭୃତିରୁ ସଫଳତା ମିଳିବ। ପଡ଼ୋଶୀ ପ୍ରତିବାଦ କରି କାମରେ ଅସ୍ଥିରତା ସୃଷ୍ଟି କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି। ହଠାତ୍‌ କୌଣସି ଖବର ପାଇ ଖୁସି ହେବେ ଏବଂ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ।
କୁମ୍ଭ
କୁମ୍ଭ
କର୍ମାଧିପ କୋଣସ୍ଥ ଯୋଗୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ନିଜର ମନେହେଉଥିବା ଏବଂ ସମ୍ମୁଖରେ ତୋଷାମଦିଆ କଥା କହୁଥିବା ବନ୍ଧୁଟି ଅସୁବିଧାରେ ପକାଇପାରନ୍ତି। ଗୃହ, ଭୂମି, ଗାଡିମୋଟର, ପ୍ରେସ୍‌ ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ। ନୂତନ ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହେବ।
ମୀନମୀନ

ଅନୁକୂଳ ଗ୍ରହସ୍ଥିତିରୁ ଅଟକି ରହିଥିବା କାମଟିକୁ ପୂରା କରିବେ ଏବଂ ଆଶା କରୁଥିବା ଜିନିଷ ମଧ୍ୟ ପାଇବେ। ବିବାଦର ସମାଧାନ ହୋଇପାରିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ତଥାପି ପୂର୍ବଋଣ, ପରୋକ୍ଷ ଶତ୍ରୁତା, କଚେରି ମାମଲା ଓ ସାମୟିକ ପରିସ୍ଥିତି ଟେନ୍‌ସନ ସୃଷ୍ଟି କରିପାରେ।

The post ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope appeared first on Dharitri Odia News.