ମେଷ

ଆଜି ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ମିଠା କଥାରେ ଅନ୍ୟକୁ ଆପଣେଇନେବାରେ ସମର୍ଥ ହେବେ। କୃତ୍ତିକା ନକ୍ଷତ୍ରର ପାରିବାରିକ କାରଣରୁ କଳହଜନିତ ମାନସିକ ଅସ୍ଥିରତା ଲାଗି ରହିବ। ଘରର ଅଟକି ରହିଥିବା କାମକୁ ଯଥାଶୀଘ୍ର ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି। ସଭାସମିତି, ସଙ୍ଗୀତ, ଚଳଚ୍ଚିତ୍ର ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ

ଚତୁର୍ଥସ୍ଥାନ ଶନି ଓ ରବି ଦୃଷ୍ଟ ଯୋଗୁ ପରିବାରର ବ୍ୟୟ ଭରଣା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ। କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ରୋହିଣୀ ନକ୍ଷତ୍ରର ମନୋରଞ୍ଜନରେ ରୁଚି ବଳିବ ଓ ଖୁସି ରହିବେ।
ମିଥୁନ

ଆଜି ଅଷ୍ଟମସ୍ଥ ତିନୋଟି ଗ୍ରହ ହେତୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ କିନ୍ତୁ ଆର୍ଥିକ ଅଭିବୃଦ୍ଧି ନିରୁପଦ୍ରବ ରହିବ। କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିପାରନ୍ତି। ସହକର୍ମୀଙ୍କ ସହ ଆଲୋଚନାରୁ ସନ୍ତୋଷ ପାଇବେ। ନିଜ ପରିସରର ବ୍ୟକ୍ତିଙ୍କ ଆହ୍ବାନ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କର୍କଟ

ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ସନ୍ତାନଙ୍କ ଶିକ୍ଷା, ବନ୍ଧୁ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ଉପକୃତ ହେବେ। ଭାବପ୍ରବଣତା କାରଣରୁ ଅଧିକାଂଶ ସମୟ ତର୍କ ବିତର୍କଜନିତ ଅସ୍ଥିରତା ଲାଗି ରହିବ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି।
ସି˚ହ

ତୃତୀୟଭାବ ଗୁରୁଦୃଷ୍ଟ ହେତୁ ନିକଟ ସମ୍ପର୍କୀୟ ମାନଙ୍କ ସହ ଦ୍ୱନ୍ଦ୍ୱଯୁକ୍ତ ବାକ୍ୟାଳାପ କରିପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ। ବନ୍ଧୁଙ୍କ ସହାୟତାରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ ଓ ଖୁସି ହେବେ।
କନ୍ୟା

ରାଶିରେ କେତୁଙ୍କ ପ୍ରଭାବରେ ସ୍ବାସ୍ଥ୍ୟହାନି ଓ ମାନସିକ ଅଶାନ୍ତିରେ ଅତିଷ୍ଠ ହୋଇପାରନ୍ତି। ବାକ୍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା

ତୃତୀୟ ଷଷ୍ଠାଧିପଙ୍କ ଦୃଷ୍ଟିଜନିତ କ୍ରନିକ୍ ରୋଗର ପୀଡ଼ା ଅନୁଭବ କରିବେ। ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଭୂତପୂର୍ବ ସଫଳତା ହାସଲ କରିବେ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ବିଛା

ଉଚ୍ଚସ୍ଥ ରାଶ୍ୟାଧିପ ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ଖୁସି ମନରେ କାମ କରିବେ। ଯାହା ଚିନ୍ତା କରିଥିବେ ତାହାକୁ କାର୍ଯ୍ୟରେ ପରିଣତ କରିବେ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ସମସ୍ୟା ଦୂର ହୋଇଯିବ। ପ୍ରଶାସନିକ ସ୍ତରରେ କଠୋର ବାକ୍ୟାଳାପ କାରଣରୁ ଅଧସ୍ତନ କର୍ମଚାରୀଙ୍କଠାରୁ ଆସ୍ଥା ହରାଇପାରନ୍ତି।
ଧନୁ

ଅନୁକୂଳ ଗ୍ରହସ୍ଥିତି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟା ବିଜଡିତ ରହିବା ହେତୁ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ବନ୍ଧୁମାନଙ୍କ ଜରିଆରେ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍ଯୋଗ ସୃଷ୍ଟି ହେବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ।
ମକର

ଆଜି ଏକାଧିକ ଗ୍ରହ ରାଶିରେ ଥିବାରୁ କୌଣସି କ୍ଷେତ୍ରରେ ତରବର ନ ହୋଇ ସତର୍କତାର ସହ କାମ କରିବା ଭଲ । ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁ ଦ୍ୱାରକୁ ଯିବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ଦୂରଯାତ୍ରା କରିବେ। ସ୍ବାର୍ଥକୁ କେନ୍ଦ୍ରକରି ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇପାରନ୍ତି।
କୁମ୍ଭ

ସ୍ବରାଶିସ୍ଥ ରବି ଓ ଶନି ହେତୁ ବିବାଦୀୟ ଚିନ୍ତାଧାରା ଜନିତ କୌଣସି କାର୍ଯ୍ୟରେ ସଫଳତା ପାଇବେ ନାହିଁ। ସକାଳୁ ଭ୍ରମଣ ସକାଶେ ମନ ବଳାଇବେ ଓ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ରକରି କିମ୍ବା ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନ
ଧନଭାବସ୍ଥ ଗୁରୁ ବୈଷୟିକ ଅବିବୃଦ୍ଧି ସାଙ୍ଗକୁ ସଭାସମିତିରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଆଜି ସଫଳତା ପାଇବେ କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ।
The post ରାଶିଫଳ: ଶନିବାର, ଫେବୃଆରୀ ୧୭ ତାରିଖ – Daily Horoscope appeared first on Dharitri Odia News.