ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ ଥିବା ସହକର୍ମୀଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ପ୍ଲଟିଂ କାରବାର ଓ ଆଇନ, ଅଦାଲତ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ। ବୃଷ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ଏବଂ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ। ଫାଇଲ୍‌ […] The post ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope
ମେଷ
କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ ଥିବା ସହକର୍ମୀଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ପ୍ଲଟିଂ କାରବାର ଓ ଆଇନ, ଅଦାଲତ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ।
ବୃଷ
ବୃଷ
ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ଏବଂ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ। ଫାଇଲ୍‌ କାମରେ ସାହାଯ୍ୟ ପାଇଁ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ମୃଗଶିରା ନକ୍ଷତ୍ର ସକାଶେ ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ ଜିନିଷ ପ୍ରାପ୍ତ ହେବ।
ମିଥୁନ
ମିଥୁନ
ଆଗପଛ ବିଚାର ନ କରି କାମ କରିଚାଲିଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ଦିନର ପ୍ରଥାମାର୍ଦ୍ଧଟି ଭଲରେ କଟିବା ବେଳେ ଦ୍ୱିତୀୟାର୍ଦ୍ଧରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିଜର କିଛି ଫାଇଦା ହାସଲ ପାଇଁ ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। ଆରର୍ଦ୍ରା ନକ୍ଷତ୍ରର ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
କର୍କଟ
କର୍କଟ
ସମସ୍ୟାର ସରଳ ସମାଧାନ କରିବା ଦିଗରେ ନିକଟସ୍ଥ ବନ୍ଧୁ କିମ୍ବା ସାଙ୍ଗସାଥୀମାନଙ୍କ ଅବଦାନ ଅବିସ୍ମରଣୀୟ ରହିବ। ନିଜ ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ଦିନ ଗୋଟାଏ ପରେ ଜଣେ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ।
ସି˚ହ
ସି˚ହ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ଯୋଗୁ ଚିନ୍ତିତ ରହିପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ପାଇଁ ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ ଦୂରେଇଯିବେ। ଋଣଗ୍ରସ୍ଥ ହୋଇଥିଲେ ମଧ୍ୟ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଖର୍ଚ୍ଚରୁ ଓହରି ପାରିବେ ନାହିଁ।
କନ୍ୟା
କୌଣସି ବ୍ୟକ୍ତି ଫୁସୁଲା ଫୁସୁଲି କରି ଫାଇଦା ହାସଲ ପାଇଁ ଚେଷ୍ଟା କରିପାରନ୍ତି। ଚିତ୍ରା ନକ୍ଷତ୍ରର ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଖର୍ଚ୍ଚାନ୍ତ ଓ ବିନୟପୂର୍ଣ୍ଣ କଥା ମାଧ୍ୟମରେ ବାଦବିବାଦର ଆପୋସ ସମାଧାନ ଘଟିବ। ଶିଳ୍ପ, ବାଣିଜ୍ୟ, କଚେରି ମାମଲା ଓ ପରିବହନ ସମସ୍ୟାବହୁଳ ହୋଇପାରେ।
ତୁଳା
ତୁଳା
ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଯାଇ ନିଜେ ହଇରାଣରେ ପଡ଼ିବାର ଆଶଙ୍କା ରହିଛି। ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେବେ ଓ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ସ୍ବାତୀ ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ସାମାଜିକ ସ୍ତରରେ ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ସୁଧାରି ନେବେ। କାମ ସୁବିଧାରେ ନ ହେବା କାରଣରୁ ସାମୟିକ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଅନୁରାଧା ନକ୍ଷତ୍ର ସାହିତ୍ୟ, ସଙ୍ଗୀତରେ ଦ୍ୱନ୍ଦ୍ୱର ସମାଧାନ, ବନ୍ଧୁଙ୍କ ସନ୍ଦେହମୋଚନ କରିବେ। ମକଦ୍ଦମା, ପ୍ରତିଯୋଗିତାରେ ସଫଳତା ମିଳିବ।
ଧନୁ
ଧନୁ
ପୂର୍ବ ସମସ୍ୟା କେତେକାଂଶରେ ସୁଧୁରି ଯାଇଥିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ତଥାପି ଅସୁବିଧାଜନକ ପରିସ୍ଥିତିରେ ନିଜଲୋକଙ୍କଠାରୁ ଆସ୍ଥା ହରାଇ ମନସ୍ତାପ କରିପାରନ୍ତି। ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ବ୍ୟସ୍ତତା ଅନୁଭବ କରିବେ। ମୁଳା ନକ୍ଷତ୍ର ବନ୍ଧୁ ଗହଣରେ ଛୋଟ କଥାକୁ କେନ୍ଦ୍ର କରି କଳହ କରିପାରନ୍ତି।
ମକର
ମକର
ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମକୁ ବଢ଼ାଇ ନେବେ। ଦୀର୍ଘଦିନର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାର ସଦସ୍ୟଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ଶ୍ରବଣା ନକ୍ଷତ୍ର ସକାଶେ ଆଜିର ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ୍‌ ଉପଭୋଗ୍ୟ ହେବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ଆଶଙ୍କା ଦେଖାଦେଇପାରେ। ସାଧାରଣ କଥାରେ ଉତ୍ତେଜିତ ହେଲେ ବିବାଦଗ୍ରସ୍ଥ ହୋଇପଡ଼ିବେ। ଶତଭିଷା ନକ୍ଷତ୍ର ସକାଶେ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ

ପୂର୍ବଭାଦ୍ରପଦ ନକ୍ଷତ୍ର ଆଜି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ହାସଲ କରିପାରିବେ। ଆତ୍ମୀୟସ୍ବଜନମାନଙ୍କର ଆନ୍ତରିକତା ବିହୀନ କଥା ଓ କାମରେ ଅସନ୍ତୁଷ୍ଟ ହେଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। ଆଜିର ଲକ୍ଷ୍ୟହୀନ ଯାତ୍ରାରୁ ଦୂରେଇ ରହିଲେ ଭଲ ହେବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।

The post ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope appeared first on Dharitri Odia News.