ରାଶିଫଳ: ଶୁକ୍ରବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଈର୍ଷା ପରାୟଣ ବ୍ୟକ୍ତିଙ୍କର କଟୁକ୍ତି ମନକୁ ବାଧିପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା କ୍ଷେତ୍ରରେ ଆଶାଜନକ ସୁଫଳ ପାଇପାରିବେ। ବୃଷ ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯାଇପାରେ। ଶୁକ୍ର ପ୍ରଭାବରୁ ସାହିତ୍ୟ, ବାଣିଜ୍ୟ,ଶିଳ୍ପ ଓ ଏଜେନଶିପ୍‍ରୁ ଖୁସି ରହିବେ। ବିବାଦୀୟ ଘଟଣାରେ […] The post ରାଶିଫଳ: ଶୁକ୍ରବାର, ଜୁନ୍ ୧୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ଜୁନ୍ ୧୩  ତାରିଖ – Daily Horoscope
ମେଷ
ଆଜି ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଈର୍ଷା ପରାୟଣ ବ୍ୟକ୍ତିଙ୍କର କଟୁକ୍ତି ମନକୁ ବାଧିପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା କ୍ଷେତ୍ରରେ ଆଶାଜନକ ସୁଫଳ ପାଇପାରିବେ।
ବୃଷ
ବୃଷ
ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯାଇପାରେ। ଶୁକ୍ର ପ୍ରଭାବରୁ ସାହିତ୍ୟ, ବାଣିଜ୍ୟ,ଶିଳ୍ପ ଓ ଏଜେନଶିପ୍‍ରୁ ଖୁସି ରହିବେ। ବିବାଦୀୟ ଘଟଣାରେ ଅଯଥା ବିଭିନ୍ନ ମନ୍ତବ୍ୟ ଦେଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ଆଜିର ବନ୍ଧୁମିଳନ, ମନୋରଞ୍ଜନ, ଯାତ୍ରା ପ୍ରଭୃତି ପ୍ରୀତିଦାୟକ ରହିବ।
ମିଥୁନ
ମିଥୁନ
ଅନୁକୂଳ ଗ୍ରହସ୍ଥିତିରୁ ଆଜି ଯାହା କରନ୍ତୁ କୌଣସି କାମରେ ପଛକୁ ହଟିବେ ନାହିଁ। ପିଲାଙ୍କ ଅଭିଯୋଗକୁ ଅଣଦେଖା କରିବା ସମସ୍ୟାର କାରଣ ହୋଇପାରେ। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଶୁକ୍ର ହେତୁ ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରକାଶନ, ପ୍ରଶାସନ, ଯାନବାହନ,ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ସି˚ହ
ସି˚ହ
ରବି ଦଶମ କେନ୍ଦ୍ରରେ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।
କନ୍ୟା
କର୍ମକ୍ଷେତ୍ରରେ ରାଶ୍ୟାଧିପ ଅବସ୍ଥାନ କରୁଥିବାରୁ ପାରିବାରିକ ସ୍ଥିତି ଭଲ ରହିବ। ଆର୍ଥିକ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ତ୍ରୁଟି ନ ଥିଲେ ମଧ୍ୟ ଆମତ୍ୀୟସ୍ବଜନଙ୍କ ଭୁଲ ବିଚାର ପାଇଁ ଚିନ୍ତା ବଢିପାରେ। ଆଇନ ଅଦାଲତରୁ ସୁଫଳ ପାଇବା ସାଙ୍ଗକୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ।
ତୁଳା
ତୁଳା
ଆଜି ମନ ଅନୁଯାୟୀ କାମ କରିବାରେ ପ୍ରତିବନ୍ଧକ ରହିବନାହିଁ। ସତର୍କତା ଅଭାବରେ ଯାନବାହନ ଚାଳନାରେ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରାଧାନ୍ୟତା ବଜାୟ ରହିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ସାଙ୍ଗକୁ ସମସ୍ୟାର ସରଳ ସମାଧାନ କରିପାରିବେ।
ବିଛା
ବିଛା
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ୍‍ ଥିଲେ ମଧ୍ୟ ମାନସିକ ଅସ୍ଥିରତା କାର୍ଯ୍ୟକୁ ଏପଟ ସେପଟ କରିଦେବ। ଖଳ ଲୋକଙ୍କ ଦ୍ୱାରା ଗୁଜବ ପ୍ରଚାର ମାନସିକ ସ୍ଥିତିକୁ ଦୋହଲାଇ ଦେବ। ଅପ୍ରିୟ ସତ୍ୟ କହିବା ଦ୍ୱାରା ଭଲ ସମ୍ପର୍କ ଥିବା ବ୍ୟକ୍ତି ଭୁଲ ବୁଝିପାରନ୍ତି। ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଚନ୍ଦ୍ର ପ୍ରଭାବରୁ ଯାତ୍ରା, ବାଣିଜ୍ୟ ଓ କର୍ମକ୍ଷେତ୍ରର ସ୍ଥିତି ଭଲ ରହିବ। ପାରିବାରିିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ବୁଧ ନକ୍ଷତ୍ରସ୍ଥ ବୃହସ୍ପତି ପ୍ରଭାବରୁ ଜଞ୍ଜାଳ ବଢ଼ିଯିବ। ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗରେ କଷ୍ଟ ପାଇବେ। ପ୍ରତିଯୋଗିତାରେ ସଫଳତା ହାସଲ ସହ ପ୍ରଶଂସିତ ହେବାର ସମ୍ଭାବନା ରହିଛି।
ମକର
ମକର
ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ। ସହକର୍ମୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାମଗୁଡିକୁ ତ୍ୱରାନ୍ବିତ କରିପାରିବେ। ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଉପହାର ଲାଭ ଯୋଗ ରହିଛି।
କୁମ୍ଭ
କୁମ୍ଭ
ପରିବାର, ଲୋକସମ୍ପର୍କ କ୍ଷେତ୍ରରେ କିଛିଟା ବ୍ୟତିକ୍ରମ ସୃଷ୍ଟି କରିବାର ଆଶଙ୍କା ରହିଛି। ପୂର୍ବରାଗକୁ ଦୋହରାଇ ଘରୋଇ କ୍ଷେତ୍ରରେ ନିଜ ଲୋକମାନେ ଅଯଥା ସମସ୍ୟା ସୃଷ୍ଟି କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ କର୍ମପରିସରକୁ ବ୍ୟାପକ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ।
ମୀନମୀନ

ଆପଣଙ୍କ ପୂର୍ବ ସ୍ଥିରୀକୃତ କାମକୁ ଯଥା ସମୟରେ ସମ୍ପନ୍ନ କରିବା କଷ୍ଟକର ହେବ। ଟେନସନ୍‍ ଲାଗି ରହିବାରୁ ସଭାସମିତି, ପ୍ରଶାସନ, ରାଜନୀତି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ଭୁଲ୍‍ ବୁଝାମଣାରୁ ପାରିବାରିକ ଜୀବନରେ ଝଡ ସୃଷ୍ଟି ହେବ। ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ମହୋତ୍ସବରେ ନିଜକୁ ସାମିଲ କରିପାରନ୍ତି।

The post ରାଶିଫଳ: ଶୁକ୍ରବାର, ଜୁନ୍ ୧୩ ତାରିଖ – Daily Horoscope appeared first on Dharitri Odia News.