ରାଶିଫଳ: ସୋମବାର, ଫେବୃଆରୀ ୩ ତାରିଖ – Daily Horoscope

ମେଷ ଆଜି ସାମାନ୍ୟ ଅସ୍ଥିରତା ମଧ୍ୟରେ କାର୍ଯ୍ୟସାଧନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ସେବା ଓ ପରୋପକାର ଯୋଗୁ ସାମାଜିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ। ବୃଷ କର୍ମଜଞ୍ଜାଳ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କାର୍ଯ୍ୟହାନି ଘଟିପାରେ। ଗୃହସୀମା, ଗାଡିମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ […] The post ରାଶିଫଳ: ସୋମବାର, ଫେବୃଆରୀ ୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଫେବୃଆରୀ ୩ ତାରିଖ – Daily Horoscope
ମେଷ
ଆଜି ସାମାନ୍ୟ ଅସ୍ଥିରତା ମଧ୍ୟରେ କାର୍ଯ୍ୟସାଧନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ସେବା ଓ ପରୋପକାର ଯୋଗୁ ସାମାଜିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ।
ବୃଷ
ବୃଷ
କର୍ମଜଞ୍ଜାଳ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କାର୍ଯ୍ୟହାନି ଘଟିପାରେ। ଗୃହସୀମା, ଗାଡିମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉଦ୍‍ବେଗ ବୃଦ୍ଧି ପାଇବ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‍ ଦୂର ହେବ। କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ଏବଂ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଉଚ୍ଚଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତା ପ୍ରଶଂସା କରିପାରନ୍ତି। ବନ୍ଧୁ ନିକଟରେ ମନକଥା ଲୁଚାଇପାରିବେ ନାହିଁ ଓ କହି ମନସ୍ତାପ କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖିରେ ରଖି ଏବଂ ଜିଦ୍‍ରେ ଅଟଳ ରହି କାମ ହାସଲ କରିବେ। ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ। ଅଫିସ୍‍ କାମରେ କୌଣସି ଅସୁବିଧା ରହିବ ନାହିଁ। ବିଶେଷ ଲାଭ ନ ହେଲେ ମଧ୍ୟ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା କାରଣରୁ କେତେକ ସୁଯୋଗ ହାତଛଡା ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ଅବଶ୍ୟମ୍ଭାବୀ।
କନ୍ୟା
ଗତକାଲିର ନିଷ୍ପତ୍ତି ଅନୁଯାୟୀ ଆଜିର କାମ ସାଧନରେ କିଛି ଅସୁବିଧା ହେବ ନାହିଁ। ମିତ୍ରମାନେ ସୁପରାମର୍ଶ ନ ଦେଇ ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି। ସାମାଜିକ ସ୍ତରରେ ସାଧାରଣ କଥାକୁ ଜଟିଳ କରି ଦ୍ୱନ୍ଦ୍ୱରେ ପଡିବେ। ବାଣିଜ୍ୟ, ଯାତ୍ରା, କର୍ମାରମ୍ଭ ଯଥାବିଧି ସମ୍ପନ୍ନ ହୋଇପାରିବ।
ତୁଳା
ତୁଳା
ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ସତ୍‍ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ। ସହକର୍ମୀଙ୍କ ପରୋକ୍ଷ ସୂଚନାରୁ ହଠାତ୍‍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ, ଆନୁଷ୍ଠାନିକ କାମ, ରାଜନୈତିକ ପରିସ୍ଥିତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବିବ୍ରତ ହୋଇପାରନ୍ତି।
ଧନୁ
ଧନୁ
ନିଜ ପରିସରରେ ଅନ୍ୟମାନଙ୍କ ସାହାଯ୍ୟରୁ ଆଶା କରିଥିବା ଦିଗରୁ ଅର୍ଥଲାଭ ହେବ। ହଠାତ୍‍ ସକାଳୁ ସକାଳୁ ଜଣେ ବନ୍ଧୁ ଆସି କୈାଣସି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ।
ମକର
ମକର
କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ। ପ୍ରତ୍ୟେକ କାମ କରିବା କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବକେୟା ଅର୍ଥ ଆଦାୟ କରିବାରେ ଯୁକ୍ତିତର୍କର ସମ୍ମୁଖୀନ ହେବାକୁ ପଡିପାରେ।
କୁମ୍ଭ
କୁମ୍ଭ
ଉପସ୍ଥିତ ବୁଦ୍ଧି ବଳରେ ପରିବାରରେ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ। ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ କରିବାକୁ ହେଲେ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ସଭାସମିତି ଓ ମାଙ୍ଗଳିକ କାମ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଲୋଡିବାକୁ ବାଧ୍ୟ ହୋଇପାରନ୍ତି।
ମୀନମୀନ

ଚେଷ୍ଟା କରୁଥିବା କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହୋଇପାରିବ। ଈର୍ଷାପରାୟଣ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରର କେତେକ ଫାଇଲ କାମ ସକାଶେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ଖଟଣି ବଢିବ କିନ୍ତୁ ବ୍ୟବସାୟ, ପରିବହନ ଓ ଯାତ୍ରାରୁ ସୁଫଳ ପାଇବେ ା

The post ରାଶିଫଳ: ସୋମବାର, ଫେବୃଆରୀ ୩ ତାରିଖ – Daily Horoscope appeared first on Dharitri Odia News.