ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଭଲ ବାର୍ତ୍ତାଳାପ ହୋଇଛି। ଆମେ ଆମର ସ୍ବତନ୍ତ୍ର ଏବଂ ସୁବିଧାଜନକ କୌଶଳ ଭାଗିଦାରୀରେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା ସହ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ […] The post ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଭଲ ବାର୍ତ୍ତାଳାପ ହୋଇଛି। ଆମେ ଆମର ସ୍ବତନ୍ତ୍ର ଏବଂ ସୁବିଧାଜନକ କୌଶଳ ଭାଗିଦାରୀରେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା ସହ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସହମତ ବ୍ୟକ୍ତ କରିଛୁ। ବ୍ରିକ୍ସର ରୁଷିଆର ଅଧ୍ୟକ୍ଷତା ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଉପଯୋଗୀ ମତ ବିନିମୟ କରିଛୁ।
ସୂଚନାଯୋଗ୍ୟ, ଏଥର ବ୍ରିକ୍ସ ସମ୍ମିଳନୀ ରୁଷିଆରେ ଆୟୋଜିତ ହେବ। ବ୍ରିକ୍ସ ଗୋଷ୍ଠୀରେ ୫ଟି ଦେଶ ଯଥା ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି।
The post ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.