ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଲେ, ସବୁ ଜିନିଷପତ୍ର ବୋହିନେଲେ: ଦେଖନ୍ତୁ ଭିଡିଓ

ଅସଦଙ୍କ ବାସଭବନ ଅର୍ଥାତ ସିରିଆ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକମାନେ ପ୍ରବେଶ କରି ଲୁଟପାଟ କରିଛନ୍ତି।

ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଲେ, ସବୁ ଜିନିଷପତ୍ର ବୋହିନେଲେ: ଦେଖନ୍ତୁ ଭିଡିଓ

ବିଦ୍ରୋହୀଙ୍କ ଦାମାସକସ ଦଖଲ ପରେ ସିରିଆର ରାଷ୍ଟ୍ରପତି ବଶର ଅଲ ଅସଦ ପ୍ରାଣ ବିକଳରେ ଦେଶ ଛାଡ଼ି ଚାଲି ଯାଇଛନ୍ତି। ସେ ଯାଉଥିବା ବିମାନ ମଧ୍ୟ କ୍ରାଶ କରି ଯାଇଥିବା ଖବର ମିଳିଛି।

ଏସବୁ ଭିତରେ ଅସଦଙ୍କ ବାସଭବନ ଅର୍ଥାତ ସିରିଆ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକମାନେ ପ୍ରବେଶ କରି ଲୁଟପାଟ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଅସଦଙ୍କ ସବୁ ଜିନିଷକୁ ଲୋକମାନେ ବୋହି ନେଇ ଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

୨୪ ବର୍ଷ ଧରି ଅସଦ ସିରିଆକୁ ଶାସନ କରି ଚାଲିଥିଲେ। କିନ୍ତୁ ନିକଟରେ ବିଦ୍ରୋହୀମାନେ ତାଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଦାମାସକସରେ ପ୍ରବେଶ କରିଥିଲେ। ସିରିଆ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ବିଦ୍ରୋହୀ ଗୋଷ୍ଠୀଙ୍କୁ ସେତେଟା ପ୍ରତିରୋଧ କରାଯାଇ ନଥିଲା। ସେମାନେ ଦାମାସକସରେ ପ୍ରବେଶ କରିବା କ୍ଷଣି ଅସଦ ଅଜଣା ସ୍ଥାନକୁ ଚମ୍ପଟ ମାରିଛନ୍ତି।

ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ସିରିଆର ଲୋକମାନେ ବେଶ ସହଜରେ ବଶର ଅଲ ଅସାଦଙ୍କ ପ୍ରେସିଡେନସିଆଲ ପ୍ୟାଲେସରେ ପ୍ରବେଶ କରୁଛନ୍ତି। ସେମାନେ ପ୍ୟାଲେସ ମଧ୍ୟରେ ଥିବା ଜନିଷପତ୍ରକୁ ନିଜ ହାତରେ ଧରି ସେଠାରୁ ଚାଲି ଯାଉଛନ୍ତି।

ବିଦ୍ରୋହୀ ଗୋଷ୍ଠୀ ସହ ମିଶି ସିରିଆର ଲୋକମାନେ କେବଳ ରାଷ୍ଟ୍ରପତି ଭବନରୁ ଲୁଟ କରି ନାହାନ୍ତି। ବରଂ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ଅସଦଙ୍କ ବାପା ତଥା ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରି ରାସ୍ତାରେ ଘୋଷାରି ଘୋଷାରି ନେଇଛନ୍ତି।