ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର
ଦାରିଙ୍ଗବାଡ଼ି,୩୦ା୩(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍ଫରେନି୍ଂସ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋଟ୍ ୧୫୭ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ସଞ୍ଜୟ ରଥ, […] The post ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୩(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍ଫରେନି୍ଂସ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋଟ୍ ୧୫୭ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ସଞ୍ଜୟ ରଥ, କନ୍ଧମାଳ ଏମ୍ପିଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ପିଟର ଦିଗାଲ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା ରାଷ୍ଟ୍ରୀୟ ନୂଆବର୍ଷରେ ଶୁଭାରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ଗରିବ ରେଖା ତଳେ ଥିବା ପ୍ରତ୍ୟେକଟି ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚିବା ନେଇ ଲକ୍ଷ ରଖାଯାଇଛି। ଏହି ଯୋଜନା ଦିବ୍ୟାଙ୍ଗ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ବନ୍ୟାବାତ୍ୟା, ଘର ପୋଡ଼ି ନଷ୍ଟ,ହାତୀ ଉପଦ୍ରବରେ ଗୃହ ନଷ୍ଟ ଆଦିରେ ପୀଡ଼ିତ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯାଇ ଗୃହ ପାଇଁ ଅନୁଦାନ ମଞ୍ଜୁର କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।
The post ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର appeared first on Dharitri Odia News.