ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ସକାଳେ ଏଠାରେ ପଡିଥିବା ନବଜାତ ଶିଶୁ କନ୍ୟାର ଗୋଟିଏ ଗୋଡକୁ କୁକୁର ଟାଣି ନେଉଥିବା ସ୍ଥାନୀୟ କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଏକ […] The post ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ appeared first on Dharitri Odia News.

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ସକାଳେ ଏଠାରେ ପଡିଥିବା ନବଜାତ ଶିଶୁ କନ୍ୟାର ଗୋଟିଏ ଗୋଡକୁ କୁକୁର ଟାଣି ନେଉଥିବା ସ୍ଥାନୀୟ କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ହେଲେ କେଉଁ ପରିସ୍ଥିତିରେ ଶିଶୁକନ୍ୟାର ମୃତଦେହକୁ ଏଠାରେ ଫିଙ୍ଗି ଦିଆ ଯାଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷରେ ଶିଶୁ କନ୍ୟାକୁ ଅଲୋଡା ମନେ କରି କେହି ତାକୁ ହତ୍ୟା କରି ପକାଇ ଦେଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

The post ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ appeared first on Dharitri Odia News.