ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା

କୋରାପୁଟ/ନାରାୟଣପାଟଣା,୩୧।୧୦(ଅମିତାଭ ବେହେରା/ରାଜକିଶୋର ଜେନା) ଦୀପାବଳୀରେ ଏକ ଅଘଟଣ ସାମ୍‌ନାକୁ ଆସିଛି। କୋରାପୁଟ ଜିଲା ନାରାୟଣପାଟଣା ଥାନା ଅଧୀନ ବିଜାଘାଟି ବୁଢାପଣସ ନିକଟରେ ଗୁରୁବାର ଏକ ହାଇୱାରେ ନିଆଁ ଲାଗି ଜଳି ଯାଇଛି। ଅଗ୍ନିକାଣ୍ଡରୁ ଡ୍ରାଇଭ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ହାଇୱାଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ନିଆଁ ଲାଗି ଜଳି ଯାଇଥିଲା। ନିଆଁକୁ ଦେଖି ଡ୍ରାଇଭ ଜଣକ ଓହ୍ଲାଇ ପଡିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ଦମକଳ ବାହିନୀ […] The post ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା appeared first on Dharitri Odia News.

ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା

କୋରାପୁଟ/ନାରାୟଣପାଟଣା,୩୧।୧୦(ଅମିତାଭ ବେହେରା/ରାଜକିଶୋର ଜେନା) ଦୀପାବଳୀରେ ଏକ ଅଘଟଣ ସାମ୍‌ନାକୁ ଆସିଛି। କୋରାପୁଟ ଜିଲା ନାରାୟଣପାଟଣା ଥାନା ଅଧୀନ ବିଜାଘାଟି ବୁଢାପଣସ ନିକଟରେ ଗୁରୁବାର ଏକ ହାଇୱାରେ ନିଆଁ ଲାଗି ଜଳି ଯାଇଛି। ଅଗ୍ନିକାଣ୍ଡରୁ ଡ୍ରାଇଭ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ହାଇୱାଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ନିଆଁ ଲାଗି ଜଳି ଯାଇଥିଲା। ନିଆଁକୁ ଦେଖି ଡ୍ରାଇଭ ଜଣକ ଓହ୍ଲାଇ ପଡିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଜିଭାଇ ଥିଲେ। ହେଲେ ହାଇୱାଟି ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟପକ୍ଷେ ନିଆଁ ଲାଗିବା କାରଣ ସ୍ପଷ୍ଟ ଜଣାପଡି ନାହିଁ।

The post ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା appeared first on Dharitri Odia News.