୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ
ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ଡିଜିଟାଲ ପ୍ଲାଟ୍ଫର୍ମ ଜରିଆରେ ସୁରକ୍ଷିତ ଋଣ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତା’ର […] The post ୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ଡିଜିଟାଲ ପ୍ଲାଟ୍ଫର୍ମ ଜରିଆରେ ସୁରକ୍ଷିତ ଋଣ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତା’ର ବିଦ୍ୟମାନ ଗ୍ରାହକଙ୍କୁ ଋଣ ଦେବ। ଏହା ବ୍ୟତୀତ କମ୍ପାନି ଭୋଲଟ ମନି ସହଭାଗିତାରେ ରଣ ସୁବିଧା ଯୋଗାଇଦେବ ଏବଂ ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ସୁବିଧା ପାଇଁ ଭୋଲଟ ମନି ସହିତ ସହଭାଗିତା ମଧ୍ୟ କରିଛି। ସେହିଭଳି କମ୍ପାନୀ ତା’ର ବହୁମୁଖୀ ଉପତ୍ାଦର ପ୍ରସାର ଓ ମଲ୍ଟି ଲେଣ୍ଡର ସୁବିଧାକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସାରିତ କରିବ। ଉଭୟ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ଭାରତ ପେ ପ୍ଲାଟ୍ଫର୍ମରେ ଉପଲବ୍ଧ ହେବ ଏବଂ କମ୍ପାନୀ ପକ୍ଷରୁ ତା’ର ମର୍ଚ୍ଚାଣ୍ଟଙ୍କ ଲାଗି ବହୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ପ୍ଲାଟ୍ଫମ ଜରିଆରେ ରଖାଯାଇଛି। ଭାରତ ପେ ମର୍ଚ୍ଚାଣ୍ଟ ବର୍ତ୍ତମାନ ପ୍ରତିଯୋଗିତାମୂଳକ ସୁଧ ହାରରେ ଦୁଇଚକିଆ ଯାନ ଲାଗି ୨.୫ ଲକ୍ଷ ଋଣ ପ୍ରଦାନ କରିବ। ଏପରିକି ଋଣ ଆବେଦନ ପ୍ରକ୍ରିୟା ୧୦୦% ଡିଜିଟାଲ ଓ ଏହାର ପରିଶୋଧକୁ ୧୨ ରୁ ୪୮ମାସ ମଧ୍ୟରେ ପ୍ରଦାନ ଲାଗି ମର୍ଚ୍ଚାଣ୍ଟମାନେ ମଧ୍ୟ ବାଛିପାରିବେ। ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ପାଇଁ ଭାରତ ପେ’ର ମର୍ଚ୍ଚାଣ୍ଟମାନେ ଏଥିପାଇଁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିପାରିବେ।
ଏ ସମ୍ପର୍କରେ ଭାରତ ପେ’ର ସିଇଓ ନଳୀନ ନେଗୀ କହିଛନ୍ତି, ମର୍ଚ୍ଚାଣ୍ଟଙ୍କୁ ନୂଆ ନୂଆ ସୁଯୋଗ ପ୍ରଦାନ ଲାଗି ୨୦୧୮ରେ ଭାରତ ପେ ଆରମ୍ଭ ହୋଇଥିଲା। ଗତ କିଛି ବର୍ଷ ମଧ୍ୟରେ ଆମେ ଆମ କାର୍ଯ୍ୟ ପରିସରରେ ଯଥେଷ୍ଟ ଉନ୍ନତି କରିଛୁ। ଏପରିକି ୫ ବର୍ଷ ମଧ୍ୟରେ ୧୫,୦୦୦ କୋଟିରୁ ଅଧିକ ଋଣ ବିତରଣ କରିଛୁ। ଓଟିଓ କ୍ୟାପିଟାଲ ଓ ଭୋଲଟ ମନିକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି, ଯିଏ କି ଆମ ସହିତ ହାତ ମିଳାଇ ଆମର ୧.୩କୋଟିରୁ ଅଧିକ ମର୍ଚ୍ଚାଣ୍ଟ ପାର୍ଟନରଙ୍କ ପାଇଁ ଋଣ ସୁବିଧାକୁ ପ୍ରସାରିତ କରିଛନ୍ତି। ଏହାଦ୍ୱାରା ଏକ ବ୍ୟାପକ ଋଣ ପୋର୍ଟଫୋଲିଓ ସୃଷ୍ଟିହେବ। ଏହି ମାସ ଋଣ ବର୍ଗରେ ଆମେ ବହୁ ସୁରକ୍ଷିତ ଋଣ ବୈଶିଷ୍ଟ୍ୟ ଯୋଗକରିଛୁ। ଆଗାମୀ ମାସଗୁଡ଼ିକରେ ଆମେ ନିଜର ମର୍ଚ୍ଚାଣ୍ଟ ସହଭାଗୀଙ୍କୁ ଅଧିକ ସଶକ୍ତ କରିବାକୁ ଆଶାବାଦୀ ରହିଛୁ।
ଓଟିଓ କ୍ୟାପିଟାଲର ସିଇଓ ସୁମିତ ଚାଜେଡ୍ କହିଛନ୍ତି, ଗତିଶୀଳତା ଦ୍ୱାରା ଜୀବନରେ ପରିବର୍ତ୍ତନ ଆସିଥାଏ। ଏପରିକି ଆମେ ଆମର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ମିଳିତ ଭାବେ ସହଭାଗିତା ଜରିଆରେ ଭାରତର ଔଦ୍ୟୋଗିକତା ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି,ଭାରତରେ ଆଶାୟୀ ବ୍ୟକ୍ତିଙ୍କୁ ସୁବିଧାରେ ଦୁଇଚକିଆ ଯାନ ଋଣ ଉପଲବ୍ଧ କରାଇବା।
ଭୋଲଟ ମନିର କୋ-ଫାଉଣ୍ଡର ତଥା ସିବିଓ ଭାରତ ଲାମ୍ବା କହିଛନ୍ତି, ଭାରତ ପେ ସହ ସହଭାଗିତା କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏକ କମ୍ପାନୀ ଭାବେ ଆମେ ଭାରତ ପେ ଅଭିଯାନ ସହ ମିଶି ଭାରତୀୟ ମର୍ଚ୍ଚାଣ୍ଟଙ୍କ ଲାଗି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗରେ ପ୍ରୟାସ ଜାରି ରଖିବୁ।
ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତୁରନ୍ତ ଋଣ ପ୍ରଦାନ ଲାଗି ଆମେ ଶର୍ଟଟର୍ମ ଲିକ୍ୟୁଡିଟି ଓ ଏମ୍ଏସ୍ଏମ୍ଇର କାର୍ଯ୍ୟକାରୀ ଆବଶ୍ୟକୀୟ ପୁଞ୍ଜି ବ୍ୟବସ୍ଥା କରିବୁ। ଆମର ଏହି ସହଯୋଗ ଭାରତ ପେର ବ୍ୟାପକ ମର୍ଚ୍ଚାଣ୍ଟଙ୍କ ସୁବିଧା ପାଇଁ ସହାୟତା କରିବୁ।
The post ୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ appeared first on Dharitri Odia News.