ରାସ୍ତାରେ ବୋଲ ମାନୁନି ମୋ ବସ୍ !
ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।
ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ଦ୍ରୁତ ଗତିରେ ଯୁବତୀଙ୍କ ଉପରେ ମାଡିଗଲା। ଯେଉଁଥିରେ ଯୁବତୀଙ୍କ ହାତ କଟିଯାଇଛି, ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି। ଆଜି ସକାଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଦୁର୍ଘଟଣା ପରେ ୩ ଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଡ୍ରାଇଭରକୁ ଅଟକ ରଖିବା ପରେ ସ୍ବାଭାବିକ ହୋଇଥିଲା ସ୍ଥିତି। ତେବେ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।