ରାହୁଲ-ଖାର୍ଗେଙ୍କ କାମରେ ସନ୍ତୁଷ୍ଟ ନୁହେଁ ଜନତା! କଂଗ୍ରେସର ଚିନ୍ତା ବଢାଇବ ଏହି ସର୍ଭେ
ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସରକାରକୁ କେନ୍ଦ୍ରୀୟ ଶକ୍ତିରୁ ହଟାଇବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଅଣ ଏନଡିଏ ଦଳଗୁଡ଼ିକୁ ଇଣ୍ଡିଆ ମିଳିତ ମଞ୍ଚରେ ଗ୍ରହଣ କରି କଂଗ୍ରେସ ନିର୍ବାଚନ ଲଢେଇ ଜାରି ରଖିଛି। ତେବେ ନରେନ୍ଦ୍ର ମୋଦିଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କିମ୍ବା ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦେଶ କେତେ ପସନ୍ଦ କରୁଛି ତାହା ଜାଣିବାବା ପାଇଁ […] The post ରାହୁଲ-ଖାର୍ଗେଙ୍କ କାମରେ ସନ୍ତୁଷ୍ଟ ନୁହେଁ ଜନତା! କଂଗ୍ରେସର ଚିନ୍ତା ବଢାଇବ ଏହି ସର୍ଭେ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସରକାରକୁ କେନ୍ଦ୍ରୀୟ ଶକ୍ତିରୁ ହଟାଇବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଅଣ ଏନଡିଏ ଦଳଗୁଡ଼ିକୁ ଇଣ୍ଡିଆ ମିଳିତ ମଞ୍ଚରେ ଗ୍ରହଣ କରି କଂଗ୍ରେସ ନିର୍ବାଚନ ଲଢେଇ ଜାରି ରଖିଛି। ତେବେ ନରେନ୍ଦ୍ର ମୋଦିଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କିମ୍ବା ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦେଶ କେତେ ପସନ୍ଦ କରୁଛି ତାହା ଜାଣିବାବା ପାଇଁ ଜନତାଙ୍କର ରହିଛି ଖୁବ୍ ଆଗ୍ରହ।
ଏହି କ୍ରମରେ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ରମରେ ନିର୍ବାଚନକୁ ନେଇ କଂଗ୍ରେସର ସ୍ଥିତି ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଲୋକଙ୍କ ସହ ଆଲୋଚନା କରାଯାଇଛି। ଏଥିରେ ଅଧିକାଂଶ ଲୋକ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି ବୋଲି ଜଣାପଡିଛି।
ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ୪୧% ଲୋକ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ କି କେବଳ ୨୩ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟରେ ବହୁତ ଖୁସି ଅଛନ୍ତି । ୧୯ ପ୍ରତିଶତ ଲୋକ କମ ସନ୍ତୁଷ୍ଟ ଅଛନ୍ତି।
ସେହିଭଳି ୩୭ ପ୍ରତିଶତ ଲୋକ ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ କି କେବଳ ୧୩ ପ୍ରତିଶତ ଲୋକ ବହୁତ ସନ୍ତୁଷ୍ଟ ଏବଂ ୧୭ ପ୍ରତିଶତ ଲୋକ ଖାର୍ଗେଙ୍କ କାର୍ଯ୍ୟରେ କମ ସନ୍ତୁଷ୍ଟ ଅଛନ୍ତି।
The post ରାହୁଲ-ଖାର୍ଗେଙ୍କ କାମରେ ସନ୍ତୁଷ୍ଟ ନୁହେଁ ଜନତା! କଂଗ୍ରେସର ଚିନ୍ତା ବଢାଇବ ଏହି ସର୍ଭେ appeared first on Dharitri Odia News.