ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ

ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସି ରହିଥିବା ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମତ୍ସ୍ୟଜୀବୀମାନେ ଗୁରୁବାର ଏକ ମାଛଧରା ବୋଟ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ହେଲେ ସମୁଦ୍ର ମଝିରେ ବୋଟ ଅଚଳ ହୋଇଯାଇଥିଲା। ଖବର ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ପଠାଯାଇଥିଲା। ବୋଟ୍‌ଟି ଅଚଳ ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍‌ ମଧ୍ୟ ସମୁଦ୍ରରେ ଫସିଯାଇଥିଲା। […] The post ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ appeared first on Dharitri Odia News.

ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ

ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସି ରହିଥିବା ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମତ୍ସ୍ୟଜୀବୀମାନେ ଗୁରୁବାର ଏକ ମାଛଧରା ବୋଟ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ହେଲେ ସମୁଦ୍ର ମଝିରେ ବୋଟ ଅଚଳ ହୋଇଯାଇଥିଲା। ଖବର ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ପଠାଯାଇଥିଲା।

ବୋଟ୍‌ଟି ଅଚଳ ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍‌ ମଧ୍ୟ ସମୁଦ୍ରରେ ଫସିଯାଇଥିଲା। କୋଷ୍ଟଗାର୍ଡ ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିର ଭାବେ ଉଦ୍ଧାର କରି କୂଳକୁ ଆଣିଛନ୍ତି। ଉଦ୍ଧାର ହୋଇ ଆସିଥିବା କେତେଜଣ ମତ୍ସ୍ୟଜୀବୀ ନୂଆଁ ଜୀବନ ପାଇଥିବା ପ୍ରକାଶ କରିଛନ୍ତି।

The post ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ appeared first on Dharitri Odia News.