ଉତ୍ତରାଖଣ୍ଡ ଭଳି ରାଜସ୍ଥାନରେ ବି ଲାଗୁ ହେବ ୟୁସିସି! ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ
ଜୟପୁର,୧।୮: ଉତ୍ତରାଖଣ୍ଡ ପରେ ଏବେ ରାଜସ୍ଥାନରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭଜନଲାଲ ଶର୍ମା ସରକାର ଚିନ୍ତା କରୁଛନ୍ତି। ଗୁରୁବାର ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଯୋଗରାମ ପଟେଲ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଇନ ମନ୍ତ୍ରୀ ଯୋଗରାମ ପଟେଲ କହିଛନ୍ତି, ସରକାର ଏହି ସଂକେତ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି। ସମସ୍ତ ଦିଗ ଉପରେ ବିଚାର କରିବା ପରେ ଏହି ବିଲ ବିଧାନସଭାରେ ଅଣାଯିବ। ଆଜି ରାଜସ୍ଥାନ ବିଧାନସଭାରେ ଆଇନମନ୍ତ୍ରୀଙ୍କୁ […] The post ଉତ୍ତରାଖଣ୍ଡ ଭଳି ରାଜସ୍ଥାନରେ ବି ଲାଗୁ ହେବ ୟୁସିସି! ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଜୟପୁର,୧।୮: ଉତ୍ତରାଖଣ୍ଡ ପରେ ଏବେ ରାଜସ୍ଥାନରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭଜନଲାଲ ଶର୍ମା ସରକାର ଚିନ୍ତା କରୁଛନ୍ତି। ଗୁରୁବାର ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଯୋଗରାମ ପଟେଲ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଆଇନ ମନ୍ତ୍ରୀ ଯୋଗରାମ ପଟେଲ କହିଛନ୍ତି, ସରକାର ଏହି ସଂକେତ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି। ସମସ୍ତ ଦିଗ ଉପରେ ବିଚାର କରିବା ପରେ ଏହି ବିଲ ବିଧାନସଭାରେ ଅଣାଯିବ।
ଆଜି ରାଜସ୍ଥାନ ବିଧାନସଭାରେ ଆଇନମନ୍ତ୍ରୀଙ୍କୁ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା କି ରାଜସ୍ଥାନ ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଚିନ୍ତା କରୁଛନ୍ତି କି? ଏହାର ଜବାବରେ ଆଇନ ମନ୍ତ୍ରୀ ଯୋଗରାମ ପଟେଲ ବିଧାନସଭାରେ କହିଛନ୍ତି , ସରକାର ଏହି ବିଷୟରେ ଚିନ୍ତା କରୁଛନ୍ତି। ଆଲୋଚନା ପରେ ଏହି ବିଷୟରେ ବିସ୍ତୁତ ସୂଚନା ଦିଆଯିବ।
The post ଉତ୍ତରାଖଣ୍ଡ ଭଳି ରାଜସ୍ଥାନରେ ବି ଲାଗୁ ହେବ ୟୁସିସି! ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.