ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ମାନହାନୀ ମାମଲାରେ ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ ମିଳିଲା ଜାମିନ
ବେଙ୍ଗାଲୁରୁ ୭।୬: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନୀ ମକଦ୍ଦମାରେ ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ ଜାମିନ ମିଳିଛି। ଏହି ମାମଲା ଗତ ବିଧାନସଭା ନିର୍ବାଚନ ସମୟର, ଯେତେବେଳେ ରାହୁଲ ଗାନ୍ଧି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପରେ କମିଶନଖୋରୀର ଅଭିଯୋଗ କରିଥିଲେ। ଏହାକୁ ନେଇ ବିଜେପି ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଏହି ମାମଲାରେ ବିଜେପି ଓକିଲ ବିନୋଦ କହିଛନ୍ତି ଯେ ୨୦୨୩ ବିଧାନସଭା ନିର୍ବାଚନ କାଳରେ କଂଗ୍ରେସ ଏକ ବିଜ୍ଞାପନ ପ୍ରକାଶ କରିଥିଲା। ଯେଉଁଥିରେ କୁହାଯାଇଥିଲା ବିଜେପି ଟ୍ରବୁଲ ମେକର ସରକାର। ଏହା ସମ୍ପୂର୍ଣ୍ଣ ଭୁଲ ଅଭିଯୋଗ ଥିଲା ଓ ଆମେ କୋର୍ଟକୁ ମୁହାଁଇଥିଲୁ। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଜାମିନ ମିଳିଯାଇଥିଲା ଓ ରାହୁଲ ଗାନ୍ଧି ବ୍ୟକ୍ତିଗତ ହାଜିରାରୁ ରିହାତି ମାଗିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ମଧ୍ୟ ଅଭିଯୁକ୍ତ। ତେବେ ଉଭୟଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ଏହି ମାମଲାରେ କର୍ଣ୍ଣାଟକ ବିଜେପି କଂଗ୍ରେସ ବିରୋଧରେ ଗଣମାଧ୍ୟମରେ କଥିତ ରୂପେ ମିଥ୍ୟାବିଜ୍ଞାପନ ପ୍ରକାଶନର ଅଭିଯୋଗ କରିଥିଲା। ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାରଙ୍କ ୨୦୧୯-୨୦୨୩ ଶାସନ କାଳରେ ବଡ଼ ଧରଣର ଭ୍ରଷ୍ଟାଚାରରେ ଲିପ୍ତ ଥିବାର ଅଭିଯୋଗ କରାଯାଇଥିଲା। ବ
ବେଙ୍ଗାଲୁରୁ ୭।୬: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନୀ ମକଦ୍ଦମାରେ ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ ଜାମିନ ମିଳିଛି। ଏହି ମାମଲା ଗତ ବିଧାନସଭା ନିର୍ବାଚନ ସମୟର, ଯେତେବେଳେ ରାହୁଲ ଗାନ୍ଧି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପରେ କମିଶନଖୋରୀର ଅଭିଯୋଗ କରିଥିଲେ। ଏହାକୁ ନେଇ ବିଜେପି ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।
ଏହି ମାମଲାରେ ବିଜେପି ଓକିଲ ବିନୋଦ କହିଛନ୍ତି ଯେ ୨୦୨୩ ବିଧାନସଭା ନିର୍ବାଚନ କାଳରେ କଂଗ୍ରେସ ଏକ ବିଜ୍ଞାପନ ପ୍ରକାଶ କରିଥିଲା। ଯେଉଁଥିରେ କୁହାଯାଇଥିଲା ବିଜେପି ଟ୍ରବୁଲ ମେକର ସରକାର। ଏହା ସମ୍ପୂର୍ଣ୍ଣ ଭୁଲ ଅଭିଯୋଗ ଥିଲା ଓ ଆମେ କୋର୍ଟକୁ ମୁହାଁଇଥିଲୁ। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଜାମିନ ମିଳିଯାଇଥିଲା ଓ ରାହୁଲ ଗାନ୍ଧି ବ୍ୟକ୍ତିଗତ ହାଜିରାରୁ ରିହାତି ମାଗିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ମଧ୍ୟ ଅଭିଯୁକ୍ତ। ତେବେ ଉଭୟଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଥିଲେ।
ଏହି ମାମଲାରେ କର୍ଣ୍ଣାଟକ ବିଜେପି କଂଗ୍ରେସ ବିରୋଧରେ ଗଣମାଧ୍ୟମରେ କଥିତ ରୂପେ ମିଥ୍ୟାବିଜ୍ଞାପନ ପ୍ରକାଶନର ଅଭିଯୋଗ କରିଥିଲା। ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାରଙ୍କ ୨୦୧୯-୨୦୨୩ ଶାସନ କାଳରେ ବଡ଼ ଧରଣର ଭ୍ରଷ୍ଟାଚାରରେ ଲିପ୍ତ ଥିବାର ଅଭିଯୋଗ କରାଯାଇଥିଲା। ବିଜେପି ନିଜ ଅଭିଯୋଗରେ କହିଥିଲା ଯେ ସବୁ ପ୍ରକାରର ପିଡବ୍ଲୁଡି କାର୍ଯ୍ୟରେ ୪୦ ପ୍ରତିଶତ କମିଶନ ନେଇଥିବା ଅଭିଯୋଗ କରିବା ସହିତ ଗତ ସରକାରର ଭ୍ରଷ୍ଟାଚାର ରେଟ କାର୍ଡ ମଧ୍ୟ ପ୍ରକାଶିତ କରିଥିଲା। ଅଭିଯୋଗକାରୀ କଂଗ୍ରେସ ପାର୍ଟି ଉପରେ ପୂର୍ବବର୍ତ୍ତି ବିଜେପି ସରକାର ବିରୋଧରେ ବଦନାମ କରିବା ଭଳି ଅଭିଯାନ ଚଳାଇଥିଲା ବୋଲି ଅଭିଯୋଗ କରିଥିଲା। ବିଜେପି ଅଭିଯୋଗ କରିଥିଲା ଯେ ରାହୁଲ ଗାନ୍ଧି ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏହି ଅପମାନଜନକ ବିଜ୍ଞାପନ ପୋଷ୍ଟ କରିଥିଲେ।