ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ, ରଚାଯାଉଛି ଷଡଯନ୍ତ୍ର, ସଞ୍ଜୟ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨।୮: ଶିବସେନା ଏମ୍ପି ସଞ୍ଜୟ ରାଉତ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏମ୍ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି। ସଞ୍ଜୟ କହିଛନ୍ତି , ରାହୁଲ ଲୋକ ସଭାରେ ଗଣତନ୍ତ୍ରର ସ୍ବର ଉଠାଉଛନ୍ତି। ରାହୁଲ ଗାନ୍ଧୀ ସରକାରଙ୍କୁ ଦର୍ପଣ ଦେଖାଇବା କାମ କରିଛନ୍ତି। ତେଣୁ ତାଙ୍କୁ […] The post ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ, ରଚାଯାଉଛି ଷଡଯନ୍ତ୍ର, ସଞ୍ଜୟ କଲେ ବଡ଼ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ଶିବସେନା ଏମ୍ପି ସଞ୍ଜୟ ରାଉତ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏମ୍ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି।
ସଞ୍ଜୟ କହିଛନ୍ତି , ରାହୁଲ ଲୋକ ସଭାରେ ଗଣତନ୍ତ୍ରର ସ୍ବର ଉଠାଉଛନ୍ତି। ରାହୁଲ ଗାନ୍ଧୀ ସରକାରଙ୍କୁ ଦର୍ପଣ ଦେଖାଇବା କାମ କରିଛନ୍ତି। ତେଣୁ ତାଙ୍କୁ ପୁନର୍ବାର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ। ଯଦିଓ ଭାଜପା ସଂଖ୍ୟାଗରିଷ୍ଠତା ହରାଇଛି, ତଥାପି ଏହା ଅସାମ୍ବିଧାନିକ କାର୍ଯ୍ୟ କରିବାର ନିଶା ଠାରୁ ମୁକ୍ତ ନୁହେଁ ବୋଲି ମନେହୁଏ। ରାହୁଲ ଗାନ୍ଧୀ ଏବଂ ଆମ ସମସ୍ତଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଉଛି। ଏହି ଷଡଯନ୍ତ୍ର ଏଠାରେ ନୁହେଁ ବରଂ ବିଦେଶରେ କରାଯାଉଛି। ଆଗାମୀ ଦିନରେ କିଛି ହୋଇପାରେ ବୋଲି ସଞ୍ଜୟ କହିଛନ୍ତି। ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ, ଏହା ପରେ ଆମକୁ ଆକ୍ରମଣ କରାଯାଇପାରେ।
The post ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ, ରଚାଯାଉଛି ଷଡଯନ୍ତ୍ର, ସଞ୍ଜୟ କଲେ ବଡ଼ ଖୁଲାସା appeared first on Dharitri Odia News.