ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନରେ ଖେଳ, ଏହି ମହିଳା ନେତାଙ୍କୁ ପ୍ରାର୍ଥୀ ଘୋଷଣା କଲା ସିପିଆଇ
ନୂଆଦିଲ୍ଲୀ,୨୬।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଚାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେରଳର ଶାସକ ବାମ ଡେମୋକ୍ରାଟିକ ମୋର୍ଚ୍ଚାରେ ସିପିଆଇ ହେଉଛି ଦ୍ୱିତୀୟ ବୃହତ୍ତମ ସହଯୋଗୀ ଭାଗିଦାରୀ। କେରଳର ଯେଉଁ ୱାୟନାଡ ଆସନରେ ରାହୁଲ ଗାନ୍ଧୀ ଏମ୍ପି ଅଛନ୍ତି, ସେଠାରେ ଇଣ୍ଡିଆ ମେଣ୍ଟ ଦୁର୍ବଳ ହେବା ପରି ମନେ ହେଉଛି। ଦଳର ବରିଷ୍ଠ ନେତା ଆନି ରାଜା ଗୁରୁତ୍ୱପୂର୍ଣ୍ଣ ୱାୟନାଡ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନୋନୀତ ହୋଇଛନ୍ତି। […] The post ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନରେ ଖେଳ, ଏହି ମହିଳା ନେତାଙ୍କୁ ପ୍ରାର୍ଥୀ ଘୋଷଣା କଲା ସିପିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଚାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେରଳର ଶାସକ ବାମ ଡେମୋକ୍ରାଟିକ ମୋର୍ଚ୍ଚାରେ ସିପିଆଇ ହେଉଛି ଦ୍ୱିତୀୟ ବୃହତ୍ତମ ସହଯୋଗୀ ଭାଗିଦାରୀ।
କେରଳର ଯେଉଁ ୱାୟନାଡ ଆସନରେ ରାହୁଲ ଗାନ୍ଧୀ ଏମ୍ପି ଅଛନ୍ତି, ସେଠାରେ ଇଣ୍ଡିଆ ମେଣ୍ଟ ଦୁର୍ବଳ ହେବା ପରି ମନେ ହେଉଛି। ଦଳର ବରିଷ୍ଠ ନେତା ଆନି ରାଜା ଗୁରୁତ୍ୱପୂର୍ଣ୍ଣ ୱାୟନାଡ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ଏହି ଆସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି। ଏହି ସମୟରେ ଦଳର ଭେଟେରାନ ନେତା ତଥା ପୂର୍ବତନ ଏମ୍ପି ପନ୍ନିୟାନ ରବିନ୍ଦ୍ରନ ଥିରୁବନନ୍ତପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ହେଉଛି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆସନ, ଯାହାକୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର।
The post ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନରେ ଖେଳ, ଏହି ମହିଳା ନେତାଙ୍କୁ ପ୍ରାର୍ଥୀ ଘୋଷଣା କଲା ସିପିଆଇ appeared first on Dharitri Odia News.