ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର
ନୂଆଦିଲ୍ଲୀ,୨୧ା୭: ରାଏବରେଲିର କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ଓମେନ ଚାଣ୍ଡି ପବ୍ଲିକ ସେବା ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀର ତିନି ଦିନ ପରେ ୨୧ ଜୁଲାଇ ରବିବାର ‘ଓମେନ ଚାଣ୍ଡି ଫାଉଣ୍ଡେଶନ’ ପ୍ରଥମ ‘ଓମେନ ଚାଣ୍ଡି ଲୋକ ସେବା ପୁରସ୍କାର’ ଘୋଷଣା କରିଛି। ରିପୋର୍ଟ ଅନୁଯାୟୀ ଏହି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ […] The post ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୭: ରାଏବରେଲିର କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ଓମେନ ଚାଣ୍ଡି ପବ୍ଲିକ ସେବା ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀର ତିନି ଦିନ ପରେ ୨୧ ଜୁଲାଇ ରବିବାର ‘ଓମେନ ଚାଣ୍ଡି ଫାଉଣ୍ଡେଶନ’ ପ୍ରଥମ ‘ଓମେନ ଚାଣ୍ଡି ଲୋକ ସେବା ପୁରସ୍କାର’ ଘୋଷଣା କରିଛି।
ରିପୋର୍ଟ ଅନୁଯାୟୀ ଏହି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ପ୍ରସିଦ୍ଧ କଳାକାର ତଥା ଚଳଚ୍ଚିତ୍ର ନିର୍ମାତା ନେମ୍ ପୁଷ୍ପରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତି ପ୍ରଦାନ କରାଯିବ। ଏକ ବିବୃତ୍ତିରେ କୁହାଯାଇଛି, ରାହୁଲ ଗାନ୍ଧୀ ଜଣେ ଜାତୀୟ ନେତା, ଯିଏ ଲୋକଙ୍କ ସମସ୍ୟା ଶୁଣିଥିଲେ ଏବଂ ‘ଭାରତ ଯୋଡ଼ୋ ଯାତ୍ରା’ ମାଧ୍ୟମରେ ଏହାର ସମାଧାନ ଖୋଜିଥିଲେ। ଏଥି ସହିତ କଂଗ୍ରେସ ଏମ୍ପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଖଣ୍ଡପୀଠ ପୁରସ୍କାର ବିଜେତା ଚୟନ କରିଥିଲେ।
The post ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର appeared first on Dharitri Odia News.