ରାହୁଲ ଦେଶଦ୍ରୋହୀ, ଦେଶକୁ ଭାଙ୍ଗିବାକୁ କରାଯାଉଛି ପ୍ରୟାସ: ଭାଜପା
ନୂଆଦିଲ୍ଲୀ,୫।୧୨: କଂଗ୍ରେସ ଦଳ ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ସେପଟେ ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସଂସଦରେ କ’ଣ ଘଟୁଛି ଆପଣ ସମସ୍ତେ ଦେଖୁଛନ୍ତି। ଦେଶର ଅର୍ଥନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଭାରତର ଶେୟାର ମାର୍କେଟକୁ ଟାର୍ଗେଟ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଷ୍ଟକ ମାର୍କେଟକୁ ଟାର୍ଗେଟ କରାଯାଉଛି। ଭାରତୀୟ ଶିଳ୍ପପତିମାନଙ୍କୁ ଟାର୍ଗେଟ କରାଯାଉଛି। କିଛି […] The post ରାହୁଲ ଦେଶଦ୍ରୋହୀ, ଦେଶକୁ ଭାଙ୍ଗିବାକୁ କରାଯାଉଛି ପ୍ରୟାସ: ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୫।୧୨: କଂଗ୍ରେସ ଦଳ ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ସେପଟେ ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସଂସଦରେ କ’ଣ ଘଟୁଛି ଆପଣ ସମସ୍ତେ ଦେଖୁଛନ୍ତି। ଦେଶର ଅର୍ଥନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଭାରତର ଶେୟାର ମାର୍କେଟକୁ ଟାର୍ଗେଟ କରାଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଷ୍ଟକ ମାର୍କେଟକୁ ଟାର୍ଗେଟ କରାଯାଉଛି। ଭାରତୀୟ ଶିଳ୍ପପତିମାନଙ୍କୁ ଟାର୍ଗେଟ କରାଯାଉଛି। କିଛି ଶକ୍ତି ଭାରତ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।
ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ସଂସଦର ସଦସ୍ୟ। ଲୋକ ସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଜଣେ ଦେଶଦ୍ରୋହୀ। ଜର୍ଜ ସୋରୋସ ଓପନ ସୋସାଇଟିକୁ ପାଣ୍ଠି ଦିଅନ୍ତି। ସେମାନେ ଦେଶ ବିରୋଧରେ ପ୍ରଚାର ପ୍ରସାର କରିଥିଲେ। ଏହି ପ୍ରସଙ୍ଗ ଗମ୍ଭୀର ଅଟେ ଏହା ଦେଶର ଏକତା ଏବଂ ସାର୍ବଭୌମତ୍ୱର ଏକ ପ୍ରସଙ୍ଗ। କିଛି ଶକ୍ତି ଭାରତ ଭାଙ୍ଗିବାକୁ ଚାହୁଁଛନ୍ତି। ଫ୍ରାନ୍ସର ଖବରକାଗଜ ଗଣମାଧ୍ୟମ ଏଥିରୁ କିଛି ପ୍ରକାଶ କରିଛି। ରାହୁଲ ଗାନ୍ଧୀ ଜର୍ଜ ସୋରୋସଙ୍କୁ ମଧ୍ୟ ଭେଟିଛନ୍ତି।
ଏହାପୂର୍ବରୁ ବିରୋଧୀ ଏମପିମାନେ ଆଦାନୀ ପ୍ରସଙ୍ଗରେ ସଂସଦ କମ୍ପ୍ଲେକ୍ସରେ ବିରୋଧ କରିଥିଲେ। ଏହି ସମୟରେ କଂଗ୍ରେସ ଏମପିମାନେ ‘ମୋଦି ଆଦାନୀ ଏକ’ ସ୍ଲୋଗାନ ଦେଇ ଜ୍ୟାକେଟ ପିନ୍ଧିଥିଲେ।
The post ରାହୁଲ ଦେଶଦ୍ରୋହୀ, ଦେଶକୁ ଭାଙ୍ଗିବାକୁ କରାଯାଉଛି ପ୍ରୟାସ: ଭାଜପା appeared first on Dharitri Odia News.