ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚ କରାଯାଇଛି। ନିକଟରେ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିୟନ କରିଥିବା ରାହୁଲ ଦ୍ରାବିଡ ଏହି ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ସହ ଚୁକ୍ତିନାମା ଶେଷ କରିଛନ୍ତି। ରାହୁଲ ଦ୍ରାବିଡଙ୍କ ଯିବା ପରେ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେହ ଦୁଃଖରେ ଭାଙ୍ଗିପଡିଛନ୍ତି। ରିତିକା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ରିତିକା ଲେଖିଛନ୍ତି, ବହୁତ ଇମୋଶନ ଅଛି। […] The post ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ appeared first on Dharitri Odia News.

ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚ କରାଯାଇଛି। ନିକଟରେ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିୟନ କରିଥିବା ରାହୁଲ ଦ୍ରାବିଡ ଏହି ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ସହ ଚୁକ୍ତିନାମା ଶେଷ କରିଛନ୍ତି। ରାହୁଲ ଦ୍ରାବିଡଙ୍କ ଯିବା ପରେ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେହ ଦୁଃଖରେ ଭାଙ୍ଗିପଡିଛନ୍ତି।
ରିତିକା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ରିତିକା ଲେଖିଛନ୍ତି, ବହୁତ ଇମୋଶନ ଅଛି। ତୁମେ ଆମ ପରିବାର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ତୁମକୁ ବହୁତ ମିସ କରିବ। ମୁଁ ଭାବୁଛି ସାମି (ସମାଇରା) ତୁମକୁ ବହୁତ ମିସ୍‌ କରିବ।
ରାହୁଲଙ୍କ ଯିବା ପରେ ରୋହିତ ଶର୍ମା କହିଛନ୍ତି, ପ୍ରିୟ ରାହୁଲ ଭାଇ, ମୁଁ ଏହା ଉପରେ ମୋର ଭାବନାକୁ ସଠିକ ଭାବରେ ପ୍ରକାଶ କରିବା ପାଇଁ ସଠିକ ଶବ୍ଦ ଖୋଜିବାକୁ ଚେଷ୍ଟା କରିଛି, କିନ୍ତୁ ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଏହା କେବେ କରିପାରିବି। ପିଲାଦିନରୁ ମୁଁ ତୁମକୁ ଅନ୍ୟମାନଙ୍କ ପରି ଦେଖିଛି। କିନ୍ତୁ ମୁଁ ତୁମ ସହିତ ଏତେ ଘନିଷ୍ଠ ଭାବରେ କାମ କରିବାର ସୌଭାଗ୍ୟ ପାଇଲି। ତୁମେ ଏହି ଖେଳର କିମ୍ବଦନ୍ତୀ, କିନ୍ତୁ ତୁମେ ତୁମର ସମସ୍ତ ପ୍ରଶଂସା ଏବଂ ସଫଳତାକୁ ଦ୍ୱାରରେ ଛାଡି ଆମ କୋଚ ଭାବରେ ଆମ ସହିତ ଛିଡା ହୋଇଥିଲ। ଆମେ ବହୁତ ଖୁସି ଯେ ଆମେ ଏକାଠି ଅନେକ କିଛି ହାସଲ କରିଛୁ।
ଟିମ ଇଣ୍ଡିଆର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଭାରତୀୟ ଦଳର ନୂତନ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ଶ୍ରୀଲଙ୍କା ଗସ୍ତରେ ଯାଉଥିବା ଦଳ ସହିତ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।

The post ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ appeared first on Dharitri Odia News.