ରାହୁଲ ଯାଉଯାଉ ବଡ଼ ଘୋଷଣା କରିଦେଲେ ଭକ୍ତ, ମୋହନଙ୍କୁ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି। ଏହି ଆନ୍ଦୋଳନ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଡ୍ରାଇଭର ମହାସଂଘର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ତୁରନ୍ତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର କରାଇବା ଉଚିତ। ଭକ୍ତ ଆହୁରି କହିଛନ୍ତି, ଡ୍ରାଇଭର […] The post ରାହୁଲ ଯାଉଯାଉ ବଡ଼ ଘୋଷଣା କରିଦେଲେ ଭକ୍ତ, ମୋହନଙ୍କୁ କଲେ ସିଧା ଟାର୍ଗେଟ appeared first on Dharitri Odia News.

ରାହୁଲ ଯାଉଯାଉ ବଡ଼ ଘୋଷଣା କରିଦେଲେ ଭକ୍ତ, ମୋହନଙ୍କୁ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି। ଏହି ଆନ୍ଦୋଳନ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଡ୍ରାଇଭର ମହାସଂଘର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ତୁରନ୍ତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର କରାଇବା ଉଚିତ।

ଭକ୍ତ ଆହୁରି କହିଛନ୍ତି, ଡ୍ରାଇଭର ସଂଘ ପାଇଁ କଂଗ୍ରେସର ସମାବେଶ ସଫଳ ହେଲା। BJP ଚାହୁଁଥିଲା କଂଗ୍ରେସର ଆନ୍ଦୋଳନ ବିଫଳ ହେଉ। ଆନ୍ଦୋଳନକୁ ସବୁ ଜାଗାରେ ସମର୍ଥନ କରିବ କଂଗ୍ରେସ। ଡ୍ରାଇଭରଙ୍କ ପାଇଁ ସ୍ବର ଉଠାଇଛନ୍ତି ରାହୁଲ ଗାନ୍ଧୀ।

ଓଡ଼ିଶା ଡ୍ରାଇଭର ମହାସଂଘ ଗତ କିଛି ଦିନ ହେବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି, ଯେଉଁଥିରେ ୭ ଦଫା ଦାବି ନେଇ ସରକାରଙ୍କ ଉପରେ ଚାପ ପକାଯାଇଛି। ମହାସଂଘର ଅଭିଯୋଗ, ଗତ ୫ ବର୍ଷ ଧରି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବହୁ ସ୍ଥାନରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେଉଛି।

ଡ୍ରାଇଭର ମହାସଂଘର ଆନ୍ଦୋଳନକୁ କଂଗ୍ରେସ ଦଳ ସମର୍ଥନ କରିଛି। ପିସିସି ସଭାପତିଙ୍କ ଅନୁରୋଧକ୍ରମେ ମହାସଂଘ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଗାଡ଼ି ଅଟକାଇବା ନିଷ୍ପତ୍ତିରୁ ନିବୃତ୍ତ ରହିଥିଲେ। ଏହି ସମାବେଶକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ। ସେ ମହାସଂଘକୁ ସମର୍ଥନ ଜଣାଇ ଧନ୍ୟବାଦ ଦେଇଛନ୍ତି।

ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା

 

 

 

The post ରାହୁଲ ଯାଉଯାଉ ବଡ଼ ଘୋଷଣା କରିଦେଲେ ଭକ୍ତ, ମୋହନଙ୍କୁ କଲେ ସିଧା ଟାର୍ଗେଟ appeared first on Dharitri Odia News.