ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ ସମୁଦାୟ ୧୦୭ ଖଣ୍ଡ ଭୋଟ ପାଇ ଦେବି ପ୍ରସାଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱି ବିରଜା ପ୍ରସାଦ ପାତ୍ର ୮୪ଖଣ୍ଡ ଭୋଟ ପାଇଛନ୍ତି। ଉପସଭାପତି ଭାବେ ସୁରେନ୍ଦ୍ର କୁମାର ୧୦୧ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ପ୍ରତିଦ୍ବନ୍ଦ୍ୱି ସୁଶାନ୍ତ ଖୋସଲା ୯୧ […] The post ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ appeared first on Dharitri Odia News.

ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ ସମୁଦାୟ ୧୦୭ ଖଣ୍ଡ ଭୋଟ ପାଇ ଦେବି ପ୍ରସାଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱି ବିରଜା ପ୍ରସାଦ ପାତ୍ର ୮୪ଖଣ୍ଡ ଭୋଟ ପାଇଛନ୍ତି। ଉପସଭାପତି ଭାବେ ସୁରେନ୍ଦ୍ର କୁମାର ୧୦୧ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ପ୍ରତିଦ୍ବନ୍ଦ୍ୱି ସୁଶାନ୍ତ ଖୋସଲା ୯୧ ଭୋଟ ପାଇଛନ୍ତି।

ସେହିପରି ସମ୍ପାଦକ ଭାବେ ମଙ୍ଗଳ ମୂର୍ତ୍ତି ବେଉରିଆ ୧୦୨ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ପ୍ରତିଦ୍ବନ୍ଦ୍ୱି ନବ କୁମାର କାଣ୍ଟା ୮୮ ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଏସ୍‌. ଶଙ୍କର ରାଓଦୋରା ୧୪୦ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ୱି ଜ୍ଞାନେନ୍ଦ୍ର ମଲିକ ୫୦ ଖଣ୍ଡ ଭୋଟ ପାଇଛନ୍ତି। କୋଷାଧ୍ୟକ୍ଷ ଭାବେ ମୋହନ ନାୟକ ୧୨୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ୱି କ୍ରିଷ୍ଣା ଦାସ ଗେଡିଲା ୬୩ ଖଣ୍ଡ ଭୋଟ ପାଇଛନ୍ତି l

The post ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ appeared first on Dharitri Odia News.