୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର,୧୦।୬: ଭାଜପାର ଡବଲ ଇଞ୍ଜିନ୍ ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଦୀପ ଜାଳିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଅପିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜନଶକ୍ତି ଜାଗ୍ରତ ହୋଇଛି। ଅତ୍ୟାଚାରୀ ସରକାରର ଅନ୍ତ ହୋଇଛି। ଆସନ୍ତାକାଲି ୪.୩୦ରେ ବିଧାୟକ ଦଳ ବୈଠକ ବସିବ। ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ତେଣୁ ଗୋଟିଏ କେନ୍ଦ୍ର ପାଇଁ ଓ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ ଦୀପ ଜାଳିବାକୁ ପ୍ରତାପ ଷଡଙ୍ଗୀ ଅପିଲ କରିଛନ୍ତି। ରାଜ୍ୟରେ […] The post ୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ appeared first on Dharitri Odia News.
ଭୁବନେଶ୍ୱର,୧୦।୬: ଭାଜପାର ଡବଲ ଇଞ୍ଜିନ୍ ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଦୀପ ଜାଳିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଅପିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜନଶକ୍ତି ଜାଗ୍ରତ ହୋଇଛି। ଅତ୍ୟାଚାରୀ ସରକାରର ଅନ୍ତ ହୋଇଛି। ଆସନ୍ତାକାଲି ୪.୩୦ରେ ବିଧାୟକ ଦଳ ବୈଠକ ବସିବ। ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ତେଣୁ ଗୋଟିଏ କେନ୍ଦ୍ର ପାଇଁ ଓ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ ଦୀପ ଜାଳିବାକୁ ପ୍ରତାପ ଷଡଙ୍ଗୀ ଅପିଲ କରିଛନ୍ତି।
ରାଜ୍ୟରେ ସରକାର ଗଢିବାକୁ ଯାଉଛି ଭାଜପା। ହେେଏ ଏଯାଏ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି। ଅନ୍ୟପଟେ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ।
The post ୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ appeared first on Dharitri Odia News.