ରାୟଗଡ଼ାରେ ଅଭାବନୀୟ, ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ମୁନିଗୁଡ଼ା: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ରଘୁବାରୀ ପଞ୍ଚାୟତ ମାତାବାରୁ ଗ୍ରାମରେ। ମୃତକ ହେଲେ ସବିତା ମାଝୀ। ସବିତାଙ୍କ ଘର ରଘୁବାରୀ ପଞ୍ଚାୟତ ବିଲାନ୍ଦନି ଗ୍ରାମର ହୋଇଥିବାବେଳେ ସେ ମାତାବାରୁ ଗ୍ରାମର ଚିତ୍ର ମାଝୀଙ୍କୁ ବିବାହ କରିଥିଲେ।ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ଉତ୍ୟକ୍ତ ହୋଇ ଚିତ୍ର ଏଭଳି ଘଟଣା ଘଟାଇଛି। ତେବେ ଅମ୍ବାଦଳା ପୋଲିସ ସ୍ଵାମୀକୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସହ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

ରାୟଗଡ଼ାରେ ଅଭାବନୀୟ, ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ମୁନିଗୁଡ଼ା: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ରଘୁବାରୀ ପଞ୍ଚାୟତ ମାତାବାରୁ ଗ୍ରାମରେ। ମୃତକ ହେଲେ ସବିତା ମାଝୀ। ସବିତାଙ୍କ ଘର ରଘୁବାରୀ ପଞ୍ଚାୟତ ବିଲାନ୍ଦନି ଗ୍ରାମର ହୋଇଥିବାବେଳେ ସେ ମାତାବାରୁ ଗ୍ରାମର ଚିତ୍ର ମାଝୀଙ୍କୁ ବିବାହ କରିଥିଲେ।

ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ଉତ୍ୟକ୍ତ ହୋଇ ଚିତ୍ର ଏଭଳି ଘଟଣା ଘଟାଇଛି। ତେବେ ଅମ୍ବାଦଳା ପୋଲିସ ସ୍ଵାମୀକୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସହ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।