ରାୟଗଡା କାଶୀପୁରରେ ଅଭାବନୀୟ ଘଟଣା । ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା

କନକ ବ୍ୟୁରୋ :  ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଡାଯୋର ଗ୍ରାମ ନିକଟରେ। କାଶୀପୁର ବ୍ଳକ୍ ଅଡାଯୋର୍ ପଞ୍ଚାୟତ ଅଡାଟାକିରି ଗାଁର ମଙ୍ଗଲସିଂ ମାଝୀ ଅଡାଯୋର୍ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣିଥିଲେ ଯୁବତୀଙ୍କ ବାପା ବିଜୟ ମାଝୀ। ଏହାପରେ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଲ ସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥଲେ। ଫଳରେ ଘଟଣା ସ୍ଥଳରେ ମଙ୍ଗଲ ସିଂ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଛି।