IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ତାଲିକାରେ ବହୁ ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବାବେଳେ କେତେକ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ତେବେ ଏହାରି ଭିତରେ ଜଣେ IAS ଅଫିସର ରାନନୀତିରେ ଏଣ୍ଟ୍ରି ମାରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଏହି ନେତାଙ୍କୁ ଭାଜପା ତା’ର ଅନ୍ୟତମ ଗଡ ଉତ୍ତର ପ୍ରଦେଶରେ ସିଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। ଏହି ଆଇଏଏସ ଅଫିସର […] The post IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ… appeared first on Dharitri Odia News.

IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ତାଲିକାରେ ବହୁ ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବାବେଳେ କେତେକ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ତେବେ ଏହାରି ଭିତରେ ଜଣେ IAS ଅଫିସର ରାନନୀତିରେ ଏଣ୍ଟ୍ରି ମାରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଏହି ନେତାଙ୍କୁ ଭାଜପା ତା’ର ଅନ୍ୟତମ ଗଡ ଉତ୍ତର ପ୍ରଦେଶରେ ସିଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଆଇଏଏସ ଅଫିସର ଜଣକ ହେଲେ Former IAS Abhishek Singh। ୨୦୧୧ ବ୍ୟାଚ୍‌ର ଏହି ଆଇଏଏସ ଜଣକ ୨୦୨୩ ଅକ୍ଟୋବରରେ ଚାକିରିରୁ ଇସ୍ତଫା ଦେଇଥିଲେ। ତେବେ ସେବେଠାରୁ ସେ ରାଜନୀତିକୁ ଓହ୍ଲାଇବା ନେଇ ପ୍ରସ୍ତୁତି କରୁଥିଲେ। ୟୁପିର ଏହି ଅଫିସରଙ୍କର ଗତ ଫେବୃଆରୀରେ ଇସ୍ତଫା ମଞ୍ଜୁର ହୋଇଛି। କୁହାଯାଉଥିଲା କି, ବର୍ତ୍ତମାନ ସେ ୟୁପିର ଜନପୁର ଆସନରୁ ନିର୍ବାଚନ ଲଢିବେ। ଏନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ଲାଗି ରହିଥିଲା। କିନ୍ତୁ ପାର୍ଟି ଜନପୁରରୁ କୃପା ଶଙ୍କରଙ୍କୁ ଟିକେଟ୍‌ ଦେଇଛି। ତେବେ ଏକ୍ଷେତ୍ରରେ ଅଭିଷେକ ପୁଣି ଚାକିରିକୁ ଫେରିଯିବେ କି ରାଜନୀତିରେ ପାଦ ଥାପିବେ ଏନେଇ ଚର୍ଚ୍ଚା ଲାଗି ରହିଛି।

କେତେବେଳେ ନିଜ ପଦରୁ ହଟିବା ନେଇ ତ ଆଉ କେତେବେଳେ ସନି ଲିଓନିଙ୍କ ସହ ମ୍ୟୁଜିକ ଭିଡିଓ ଆଉ ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରିକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଭିଷେକ। ୨୦୧୫ରେ ୩ ବର୍ଷ ପାଇଁ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା । ଏହାପରେ ଏହି ଅବଧିକୁ ଆଉ ୨ ବର୍ଷ ପାଇଁ ବୃଦ୍ଧି କରା ଯାଇଥିଲା । ଏହାପରେ ଦିଲ୍ଲୀ ସରକାର ଅଭିଷେକଙ୍କୁ ତାଙ୍କ ମୂଳ କ୍ୟାଡର ୟୁପିକୁ ପଠାଇଥିଲେ । କିନ୍ତୁ ବହୁତ ସମୟ ଧରି ଚାକିରିରେ ଯୋଗ ଦେଇ ନ ଥିଲେ ଅଭିଷେକ । ୨୦୨୨ରେ ସେ ପୁନଃ ଚାକିରିରେ ଯୋଗ ଦେଇଥିଲେ । ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା ।
ଏହି ସମୟରେ ସରକାରୀ ଗାଡି ସାମ୍ନାରେ ଠିଆ ହୋଇ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ବଢିଯାଇଥିଲା ବିବାଦ । ନିର୍ବାଚନ ଆୟୋଗ ଏହାକୁ ଅନୈତିକ ଘୋଷଣା କରିଥିଲେ। ଯାହାପରେ ସେ ଇସ୍ତଫା ଦେଇଥିଲେ।

The post IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ… appeared first on Dharitri Odia News.