ରାୟବରେଲୀ ଛାଡିବେ ରାହୁଲ ଗାନ୍ଧି? ଜାଣନ୍ତୁ ୱାଇନାଡ ଜନତାଙ୍କୁ କହିଲେ କ’ଣ?

ୱାଇନାଡ ୧୨।୬:  ଉତ୍ତରପ୍ରଦେଶର ରାୟବରେଲୀ ଓ କେରଳର ୱାଇନାଡରୁ ଲୋକସଭା ନିର୍ବାଚନ ଜିତିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଦ୍ୱିବିଧାରେ। ସେ କୌଣସି ଗୋଟିଏ ଆସନରୁ ସାଂସଦ ରହିପାରିବେ। ଏଣୁ ତାଙ୍କୁ କୌଣସି ଗୋଟିଏ ଆସନ ଛାଡିବାକୁ ପଡିବ। ଏଥିରେ ସେ ରାୟବରେଲୀ ଛାଡିବେ କି ୱାଇନାଡ ସେ ନେଇ ଦ୍ୱିବିଧାରେ ପଡିଛନ୍ତି। ରାହୁଲ ବୁଧବାର ୱାଇନାଡ ଗସ୍ତ କରିଥିଲେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ୱାଇନାଡର ଜନତା ତାଙ୍କୁ ସାଂସଦ ନିର୍ବାଚିତ କରିଥିବାରୁ ରାହୁଲ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ସେ ଜନତାଙ୍କୁ ତାଙ୍କ ମନର କଥା କହିଛନ୍ତି। ସେ ରାୟବରେଲୀକୁ ବାଛିବେ କି ୱାଇନାଡକୁ ଜନତାଙ୍କୁ ପଚାରିଥିଲେ। ଏଥିରେ ଜନତା ତାଙ୍କୁ ୱାଇନାଡ ସାଂସଦ ପଦ ରଖିବା ପାଇଁ କହିଛନ୍ତି। ତେବେ ରାହୁଲ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଉଭୟ ୱାଇନାଡ ଓ ରାୟବରେଲୀକୁ ଖୁସି କରିବ। ଏଥି ପାଇଁ ସେ ପ୍ରତିଶ୍ରୁତି ଦେଉଥିବା ମଧ୍ୟ କହିଛନ୍ତି ଓ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। मैं पूरे दिल से वायनाड के लोगों को धन्यवाद देता हूं - राहुल गांधी pic.twitter.com/88bYAnLvtG— Sandeep Chaudhary commentary (@newsSChaudhry) June 12, 2024ସବୁ ପ୍ରକାର ସମର୍ଥନ ନିମନ୍ତେ ରାହୁଲ ଗାନ୍ଧି ୱାଇନାଡର ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ପୁଣି ଫେରିବେ ବୋଲି କହିଛନ୍ତି। କହିଛନ୍ତି ମୁଁ ଆଉଥରେ ଭେଟିବାକୁ

ରାୟବରେଲୀ ଛାଡିବେ ରାହୁଲ ଗାନ୍ଧି? ଜାଣନ୍ତୁ ୱାଇନାଡ ଜନତାଙ୍କୁ କହିଲେ କ’ଣ?

ୱାଇନାଡ ୧୨।୬:  ଉତ୍ତରପ୍ରଦେଶର ରାୟବରେଲୀ ଓ କେରଳର ୱାଇନାଡରୁ ଲୋକସଭା ନିର୍ବାଚନ ଜିତିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଦ୍ୱିବିଧାରେ। ସେ କୌଣସି ଗୋଟିଏ ଆସନରୁ ସାଂସଦ ରହିପାରିବେ। ଏଣୁ ତାଙ୍କୁ କୌଣସି ଗୋଟିଏ ଆସନ ଛାଡିବାକୁ ପଡିବ। ଏଥିରେ ସେ ରାୟବରେଲୀ ଛାଡିବେ କି ୱାଇନାଡ ସେ ନେଇ ଦ୍ୱିବିଧାରେ ପଡିଛନ୍ତି। ରାହୁଲ ବୁଧବାର ୱାଇନାଡ ଗସ୍ତ କରିଥିଲେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି। 

ୱାଇନାଡର ଜନତା ତାଙ୍କୁ ସାଂସଦ ନିର୍ବାଚିତ କରିଥିବାରୁ ରାହୁଲ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ସେ ଜନତାଙ୍କୁ ତାଙ୍କ ମନର କଥା କହିଛନ୍ତି। ସେ ରାୟବରେଲୀକୁ ବାଛିବେ କି ୱାଇନାଡକୁ ଜନତାଙ୍କୁ ପଚାରିଥିଲେ। ଏଥିରେ ଜନତା ତାଙ୍କୁ ୱାଇନାଡ ସାଂସଦ ପଦ ରଖିବା ପାଇଁ କହିଛନ୍ତି। ତେବେ ରାହୁଲ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଉଭୟ ୱାଇନାଡ ଓ ରାୟବରେଲୀକୁ ଖୁସି କରିବ। ଏଥି ପାଇଁ ସେ ପ୍ରତିଶ୍ରୁତି ଦେଉଥିବା ମଧ୍ୟ କହିଛନ୍ତି ଓ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 


ସବୁ ପ୍ରକାର ସମର୍ଥନ ନିମନ୍ତେ ରାହୁଲ ଗାନ୍ଧି ୱାଇନାଡର ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ପୁଣି ଫେରିବେ ବୋଲି କହିଛନ୍ତି। କହିଛନ୍ତି ମୁଁ ଆଉଥରେ ଭେଟିବାକୁ ଆସିବି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ହେବା ପାଇଁ ସୁପାରିଶ କରାଯାଇଥିଲା। ପ୍ରସ୍ତାବ ଉପରେ ରାହୁଲ ବିଚାର କରି କହିବେ ବୋଲି ବୈଠକରେ କହିଥିଲେ। 


ୱାଇନାଡରେ ରାହୁଲଙ୍କ ବିରୋଧରେ ବିଜେପିର କେ. ସୁରେନ୍ଦ୍ରନ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ସେହିପରି ରାୟବରେଲୀରେ ଦିନେଶ ପ୍ରତାପ ସିଂହ ରାହୁଲଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ। ଉଭୟ ଲୋକସଭା ଆସନରେ ରାହୁଲ ବିରୋଧୀଙ୍କୁ ବହୁ ମତରେ ପରାସ୍ତ କରିଛନ୍ତି। ତେବେ ରାହୁଲ ଏବେ କେଉଁ ଲୋକସଭା ହାତରେ ରଖିବେ ତାହା ଆଗାମୀ ଦିନରେ ଜଣାପଡିବ।