ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ବଡ ସଫଳତା, ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣିଲା RBI
ନୂଆଦିଲ୍ଲୀ ୩୧/୦୫: ଇଂଲଣ୍ଡରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀଙ୍କ କହିବା ମୁତାବକ ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ । ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛି । ସୂଚନା ଥାଉକି, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି । ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି । ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ (BOI) ହୋଉଛି ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର । ଅନେକ ଦେଶ ଏହି ସୁନା ଭଣ୍ଡାରରେ ନିଜର ସୁନା ରଖନ୍ତି । ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ଦେୟ ଦେବାକୁ ପ
ନୂଆଦିଲ୍ଲୀ ୩୧/୦୫: ଇଂଲଣ୍ଡରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀଙ୍କ କହିବା ମୁତାବକ ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ । ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛି ।
ସୂଚନା ଥାଉକି, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି । ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି । ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି ।
ବ୍ୟାଙ୍କ ଅଫ୍ ଇଂଲଣ୍ଡ (BOI) ହୋଉଛି ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର । ଅନେକ ଦେଶ ଏହି ସୁନା ଭଣ୍ଡାରରେ ନିଜର ସୁନା ରଖନ୍ତି । ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ଦେୟ ଦେବାକୁ ପଡ଼ିଥାଏ। ଭାରତ ମଧ୍ୟ ଏହି ଫି ପ୍ରଦାନ କରୁଛି। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଲଣ୍ଡନ ବ୍ୟାଙ୍କରେ ସୁନା ରଖିଛି।