ରିଟେଲ ସେକ୍ଟରରେ ଆଗେଇବ ଥିଙ୍କ୍‌-9, ଅମ୍ବାନୀଙ୍କୁ ଟକ୍କର ଦେବେ ବିବେକ ବିୟାନି

ନୂଆଦିଲ୍ଲୀ: ଏକ ଦଶନ୍ଧି ଧରି ଭାରତର ରିଟେଲ ସେକ୍ଟରରେ ଏକଫାଖିଆ ଭାବେ ରାଜ୍‌ କରିଆସୁଥିଲେ କିଶୋର ବିୟାନି। ସେ ଦେଶର  ରିଟେଲ କିଙ୍ଗ୍‌ର ମାନ୍ୟତା ପାଇଥିଲେ। ଯିଏ ଫ୍ୟୁଚର ରିଟେଲ୍‌କୁ ତଳୁ ଉଚ୍ଚକୁ ଆଣିବାରେ ଯାହାଙ୍କ ଭୂମିକା ଥିଲା ସେ ଆଜି ଅସୁବିଧାରେ। କିନ୍ତୁ ବିୟାନି ପରିବାର ପୁନର୍ବାର ଖୁଚୁରା କ୍ଷେତ୍ରରେ ଆଗେଇବାକୁ ପ୍ରସ୍ତୁତ ହେଉଛନ୍ତି। ଥିଏଟର ଷ୍ଟାଇଲ୍ ମଲ୍ଟି ବ୍ରାଣ୍ଡର ରିଟେଲ ଫର୍ମାଟ୍ ବ୍ରଡୱେକୁ ପ୍ରମୋଟ୍‌ କରିବା ପାଇଁ ଅଭିନେତା ରାଣା ଡାଗଗୁବାଟି, ଏନାରକ୍ ଏବଂ ସଲାରପୁରିଆ ଗ୍ରୁପ୍ ସହିତ ହାତ ମିଳାଇଛନ୍ତି କିଶୋର ବିୟାନିଙ୍କ ଝିଅ ଅବନୀ ଏବଂ ଅଶନୀ ବିୟାନି ଏବଂ ଭଣଜା ବିବେକ ବିୟାନି।ବ୍ରଡୱେ ପ୍ରତିଷ୍ଠାତା ବିବେକ ବିୟାନି କହିଛନ୍ତି ଯେ ବ୍ରଡୱେକୁ ଚାରି ଜଣ ଲୋକ ପ୍ରମୋଟ୍ କରିଛନ୍ତି। ଏଥିରେ, ମୁଁ ଏବଂ ଥିଙ୍କ-9 ହେଉଛି ଏକ ୟୁନିଟ୍। ଏଥିରେ ଅଭିନେତା-ଉଦ୍ୟୋଗୀ ରାଣା ଡାଗଗୁବତୀ, ସାଲାରପୁରିଆ ଗ୍ରୁପର ଆପୋରଭା ସାଲାରପୁରିଆ ଏବଂ ଏନାରକର ଅନୁଜ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି। ବିବେକ କହିଛନ୍ତି ଯେ ସମସ୍ତ ପ୍ରମୋଟର ଚଳିତ ଆର୍ଥିକ ବର୍ଷ ପାଇଁ ଭଲ ପରିମାଣର ବିନିଯୋଗ କରିଛନ୍ତି। ଯେତେ ଯେତେ ଷ୍ଟୋର ସଂଖ୍ୟା ବଢ଼ିବ ପୁଞ୍ଜି ସଂଗ୍ରହ ପାଇଁ ମଧ୍ୟ ଉଦ୍ୟମ କରାଯିବ। ସେ କହିଛନ୍ତି ଯେ ଅଗଷ୍ଟ ଶେଷ ସୁଦ୍ଧା ଦିଲ୍ଲୀର ବସନ୍ତ କୁଞ୍ଜରେ ଅବସ୍ଥିତ ଆମ୍ବିଏନ୍ସ ମଲରେ ବ୍ରଡୱେର ପ୍ରଥମ ଷ୍ଟୋର ଖୋଲାଯିବ। ଏହା ପରେ ଅକ୍ଟ

ରିଟେଲ ସେକ୍ଟରରେ ଆଗେଇବ ଥିଙ୍କ୍‌-9, ଅମ୍ବାନୀଙ୍କୁ ଟକ୍କର ଦେବେ ବିବେକ ବିୟାନି

ନୂଆଦିଲ୍ଲୀ: ଏକ ଦଶନ୍ଧି ଧରି ଭାରତର ରିଟେଲ ସେକ୍ଟରରେ ଏକଫାଖିଆ ଭାବେ ରାଜ୍‌ କରିଆସୁଥିଲେ କିଶୋର ବିୟାନି। ସେ ଦେଶର  ରିଟେଲ କିଙ୍ଗ୍‌ର ମାନ୍ୟତା ପାଇଥିଲେ। ଯିଏ ଫ୍ୟୁଚର ରିଟେଲ୍‌କୁ ତଳୁ ଉଚ୍ଚକୁ ଆଣିବାରେ ଯାହାଙ୍କ ଭୂମିକା ଥିଲା ସେ ଆଜି ଅସୁବିଧାରେ। କିନ୍ତୁ ବିୟାନି ପରିବାର ପୁନର୍ବାର ଖୁଚୁରା କ୍ଷେତ୍ରରେ ଆଗେଇବାକୁ ପ୍ରସ୍ତୁତ ହେଉଛନ୍ତି। ଥିଏଟର ଷ୍ଟାଇଲ୍ ମଲ୍ଟି ବ୍ରାଣ୍ଡର ରିଟେଲ ଫର୍ମାଟ୍ ବ୍ରଡୱେକୁ ପ୍ରମୋଟ୍‌ କରିବା ପାଇଁ ଅଭିନେତା ରାଣା ଡାଗଗୁବାଟି, ଏନାରକ୍ ଏବଂ ସଲାରପୁରିଆ ଗ୍ରୁପ୍ ସହିତ ହାତ ମିଳାଇଛନ୍ତି କିଶୋର ବିୟାନିଙ୍କ ଝିଅ ଅବନୀ ଏବଂ ଅଶନୀ ବିୟାନି ଏବଂ ଭଣଜା ବିବେକ ବିୟାନି।

ବ୍ରଡୱେ ପ୍ରତିଷ୍ଠାତା ବିବେକ ବିୟାନି କହିଛନ୍ତି ଯେ ବ୍ରଡୱେକୁ ଚାରି ଜଣ ଲୋକ ପ୍ରମୋଟ୍ କରିଛନ୍ତି। ଏଥିରେ, ମୁଁ ଏବଂ ଥିଙ୍କ-9 ହେଉଛି ଏକ ୟୁନିଟ୍। ଏଥିରେ ଅଭିନେତା-ଉଦ୍ୟୋଗୀ ରାଣା ଡାଗଗୁବତୀ, ସାଲାରପୁରିଆ ଗ୍ରୁପର ଆପୋରଭା ସାଲାରପୁରିଆ ଏବଂ ଏନାରକର ଅନୁଜ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି। 

ବିବେକ କହିଛନ୍ତି ଯେ ସମସ୍ତ ପ୍ରମୋଟର ଚଳିତ ଆର୍ଥିକ ବର୍ଷ ପାଇଁ ଭଲ ପରିମାଣର ବିନିଯୋଗ କରିଛନ୍ତି। ଯେତେ ଯେତେ ଷ୍ଟୋର ସଂଖ୍ୟା ବଢ଼ିବ ପୁଞ୍ଜି ସଂଗ୍ରହ ପାଇଁ ମଧ୍ୟ ଉଦ୍ୟମ କରାଯିବ। ସେ କହିଛନ୍ତି ଯେ ଅଗଷ୍ଟ ଶେଷ ସୁଦ୍ଧା ଦିଲ୍ଲୀର ବସନ୍ତ କୁଞ୍ଜରେ ଅବସ୍ଥିତ ଆମ୍ବିଏନ୍ସ ମଲରେ ବ୍ରଡୱେର ପ୍ରଥମ ଷ୍ଟୋର ଖୋଲାଯିବ। ଏହା ପରେ ଅକ୍ଟୋବରରେ ହାଇଦ୍ରାବାଦ ଏବଂ ଫେବୃଆରୀ ୨୦୨୫ରେ ମୁମ୍ବାଇରେ ଷ୍ଟୋର ଖୋଲାଯିବ।

୨୫ ହଜାରରୁ ୩୫ ହଜାର ବର୍ଗଫୁଟ ଉପରେ ହୋଇଥିବା ବ୍ରଡୱେ ଷ୍ଟୋର୍‌ରେ ୧୨୦ ରୁ ୧୫୦ ବ୍ରାଣ୍ଡ ରହିବ। ବିୟାନି ସିଷ୍ଟର୍ସ ଦ୍ୱାରା ଆରମ୍ଭ ହୋଇଥିବା ଖାଦ୍ୟ ଦୋକାନ, ଡାଇନିଂ କାଫେ ମଧ୍ୟ ବ୍ରଡୱେର ଏକ ଅଂଶ। ଏଥିରେ ସେଲୁନ୍, ହେଲ୍ଥ ଆଣ୍ଡ୍‌ ଓ୍ୱେଲନେସ୍‌ କନସଲ୍ଟେସନ୍‌ ରୁମ୍‌, ସାମ୍ପଲିଂ ଷ୍ଟେସନ ଓ ଷ୍ଟୁଡିଓ ମଧ୍ୟ ସାମିଲ ହେବ।