ରିମାଣ୍ଡ ବେଳେ ସରକାରୀ ନିର୍ଦ୍ଦେଶନାମାର ଯାଞ୍ଚ କରିବ ଇଡି; କେଜ୍ରିଓ୍ବାଲଙ୍କ ପାଇଁ ବଢ଼ିଲା ଅଡ଼ୁଆ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଥାଇ ବି ସରକାରୀ ଆଦେଶ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ୍ କେଜ୍ରିଓ୍ବାଲ ଜେଲରୁ ଦିଲ୍ଲୀବାସୀଙ୍କ ପାଇଁ ପାନୀୟଜଳ ସୁବିଧା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ଯାହାକୁ ନେଇ କେନ୍ଦ୍ରୀୟ ଯାଞ୍ଚର ଚିନ୍ତା ବଢ଼ିଯାଇଛି । ରିମାଣ୍ଡରେ ଥାଇ ବି କିପରି ଆଦେଶ ଜାରି କଲେ ତା’ର ଯାଞ୍ଚ କରିବ ଇଡି ଟିମ୍ । ଏନେଇ ଇଡି ଅଧିକାରୀ ଆକ୍ସନ ମୋଡକୁ ଆସିଛନ୍ତି । ରିମାଣ୍ଡରେ ଥିବା ସମୟରେ କେଜ୍ରିଓ୍ବାଲ ସରକାରୀ ଦସ୍ତାବିଜରେ କିପରି ଦସ୍ତଖତ କଲେ ଏହାର କ୍ଲୁ ଖୋଜୁଛି ଟିମ୍ । ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଅବକାରୀ ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ଯାଞ୍ଚ ଚାଲୁଥିବା ବେଳେ ଏଭଳି ସରକାରୀ ଆଦେଶ ଜାରି କରିବା କ’ଣ ପିଏମଏଲଏ କୋର୍ଟ ପକ୍ଷରୁ ଦିଆଯାଇଥିବା ଆଦେଶ ଭିତରେ ଆସୁଛି ? ରିମାଣ୍ଡରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ୍ କେଜ୍ରିଓ୍ବାଲ୍ କ’ଣ ଜରୁରୀ ସରକାରୀ କାଗଜପତ୍ରରେ ଦସ୍ତଖତ କରିପାରିବେ ? କୋର୍ଟ ଆଦେଶ ଅନୁଯାୟୀ, କେଜ୍ରିଓ୍ବାଲ ପ୍ରତିଦିନ ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ଅଧା ଘଣ୍ଟା ପତ୍ନୀ ସୁନିତା କେଜ୍ରିଓ୍ବାଲ୍ ଏବଂ ବ୍ୟକ୍ତିଗତ ସହାୟକ ବିୈଭବ କୁମାରଙ୍କ ସହିତ ସାକ୍ଷାତ କରିପାରିବେ । ସେହିପରି ଆଉ ଅଧା ଘଣ୍ଟା ନିଜ ଓକିଲଙ୍କ ସହିତ ଆଲୋଚନା କରିପାରିବେ ।ED କଷ୍ଟଡିରୁ CM ଜାରି କଲେ ପ୍ରଥମ ନିର୍ଦ୍ଦେଶନାମା, ଜେଲରୁ ତୁଲାଇଲେ ମୁ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଥାଇ ବି ସରକାରୀ ଆଦେଶ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ୍ କେଜ୍ରିଓ୍ବାଲ ଜେଲରୁ ଦିଲ୍ଲୀବାସୀଙ୍କ ପାଇଁ ପାନୀୟଜଳ ସୁବିଧା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ଯାହାକୁ ନେଇ କେନ୍ଦ୍ରୀୟ ଯାଞ୍ଚର ଚିନ୍ତା ବଢ଼ିଯାଇଛି । ରିମାଣ୍ଡରେ ଥାଇ ବି କିପରି ଆଦେଶ ଜାରି କଲେ ତା’ର ଯାଞ୍ଚ କରିବ ଇଡି ଟିମ୍ । ଏନେଇ ଇଡି ଅଧିକାରୀ ଆକ୍ସନ ମୋଡକୁ ଆସିଛନ୍ତି । ରିମାଣ୍ଡରେ ଥିବା ସମୟରେ କେଜ୍ରିଓ୍ବାଲ ସରକାରୀ ଦସ୍ତାବିଜରେ କିପରି ଦସ୍ତଖତ କଲେ ଏହାର କ୍ଲୁ ଖୋଜୁଛି ଟିମ୍ ।
ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଅବକାରୀ ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ଯାଞ୍ଚ ଚାଲୁଥିବା ବେଳେ ଏଭଳି ସରକାରୀ ଆଦେଶ ଜାରି କରିବା କ’ଣ ପିଏମଏଲଏ କୋର୍ଟ ପକ୍ଷରୁ ଦିଆଯାଇଥିବା ଆଦେଶ ଭିତରେ ଆସୁଛି ? ରିମାଣ୍ଡରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ୍ କେଜ୍ରିଓ୍ବାଲ୍ କ’ଣ ଜରୁରୀ ସରକାରୀ କାଗଜପତ୍ରରେ ଦସ୍ତଖତ କରିପାରିବେ ? କୋର୍ଟ ଆଦେଶ ଅନୁଯାୟୀ, କେଜ୍ରିଓ୍ବାଲ ପ୍ରତିଦିନ ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ଅଧା ଘଣ୍ଟା ପତ୍ନୀ ସୁନିତା କେଜ୍ରିଓ୍ବାଲ୍ ଏବଂ ବ୍ୟକ୍ତିଗତ ସହାୟକ ବିୈଭବ କୁମାରଙ୍କ ସହିତ ସାକ୍ଷାତ କରିପାରିବେ । ସେହିପରି ଆଉ ଅଧା ଘଣ୍ଟା ନିଜ ଓକିଲଙ୍କ ସହିତ ଆଲୋଚନା କରିପାରିବେ ।
ED କଷ୍ଟଡିରୁ CM ଜାରି କଲେ ପ୍ରଥମ ନିର୍ଦ୍ଦେଶନାମା, ଜେଲରୁ ତୁଲାଇଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ
ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲ ଥାଇ ସରକାର ଚଳାଇବା ନେଇ ଘୋଷଣା କରିଥିଲା । ଶନିବାର ଏହାକୁ ମଧ୍ୟ ପାଳନ କରିଛନ୍ତି । ସେ ଜଳ ମନ୍ତ୍ରାଳୟ ସହିତ ଜଡ଼ିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । କେଜ୍ରିଓ୍ବାଲ ଜଳ ମନ୍ତ୍ରୀ ଆତଶୀଙ୍କୁ ପାନୀୟ ଜଳ ସମସ୍ୟା ସମାଧାନ ନେଇ ଏକ ଆଦେଶ ଜାରି କରିଥିଲେ । ମନ୍ତ୍ରୀ ଆତଶୀ ରବିବାର ନିଜେ ମିଡିଆ ସାମ୍ନାରେ ଏହାର ଖୁଲାସା କରିଛନ୍ତି । ସେ କହିଥିଲ, ଦିଲ୍ଲୀର କିଛି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଛି, ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ଅଛନ୍ତି । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀଙ୍କୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଆତଶୀ କହିଥିଲେ । ତେବେ ଏହି ସରକାରୀ ଆଦେଶର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।