ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଗ୍ରୁପ୍‌ ମାର୍କେଟ୍ କ୍ୟାପ୍‌ ୨୦ ଲକ୍ଷ କୋଟି ପାର୍; ୯୦% କେବଳ ମୁକେଶ ଅମ୍ବାନୀଙ୍କର

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି। ସପ୍ତାହ ମଧ୍ୟଭାଗ କାରବାର(ମିଡ୍ ୱିକ୍ ଟ୍ରେଡିଂ) ଶେୟାର ବଢ଼ିବାରୁ ରିଲାଏନ୍ସ ଗ୍ରୁପ୍‌ ଅଫ୍ କମ୍ପାନୀର ମାର୍କେଟ୍ କ୍ୟାପିଟାଲାଇଜେସନ ୨୦ ଲକ୍ଷ କୋଟି ପାର୍ ହୋଇଛି। ବୁଧବାର ରିଲାଏନ୍ସ ଷ୍ଟକ୍ସରେ ଜବରଦସ୍ତ ବୃଦ୍ଧି ଯୋଗୁ କେବଳ ଅମ୍ବାନୀଙ୍କ ମାର୍କେଟ୍ କ୍ୟାପିଟାଲାଇଜେସନ ପାଖାପାଖି ୧୮ ଲକ୍ଷ କୋଟି ହୋଇଛି। ଗ୍ରୁପ୍ ଅଫ୍ କମ୍ପାନୀର ମୋଟ କ୍ୟାପିଟାଲାଇଜେସନ୍‌ର ୯୦ ପ୍ରତିଶତ କେବଳ ରିଲାଏନ୍ସର। ନିକଟରେ ଷ୍ଟକ୍ ମାର୍କେଟ୍‌ ଲିଷ୍ଟିଂ ହୋଇଥିବା ଜିଓ ଫାଇନାନ୍ସିଆଲ୍ ସର୍ଭିସ୍‌ ମାର୍କେଟ୍ କ୍ୟାପ୍ ୧.୫ ଲକ୍ଷ କୋଟି ରହିଛି। ୨୦୨୩ରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଶେୟାର ୧୧ ପ୍ରତିଶତ ବଢ଼ିଛି। ୨୦୧୫ ଠାରୁ ପ୍ରତି ବର୍ଷ କମ୍ପାନୀ ଷ୍ଟକ୍‌ ପଜିଟିବ୍‌ ରିଟର୍ସନ ଦେଉଛି। ତେବେ ୨୦୧୨ ପରେ ୨୦୧୪ରେ ରିଲାଏନ୍ସ ନେଗେଟିଭ ରିଟର୍ଣ୍ଣ ଦେଇଥିଲା। ଏଥିରେ ୦.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ପଢ଼ନ୍ତୁ-ଗୁଜରାଟରେ ୨ଲକ୍ଷ କୋଟି ଟଙ୍କା ନିବେଶ କରିବେ ଗୌତମ ଆଦାନୀ, ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି ରିଲାଏନ୍ସ ଗ୍ରୁପ୍‌ ଅଫ୍ ଇଣ୍ଡଷ୍ଟ୍ରୀଜ୍‌ରେ କେଉଁ କମ୍ପାନୀର ମାର୍କେଟ୍ କ୍ୟାପ୍ କେତେ ? ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍- ୧୭.୯୩ ଲକ୍ଷ କୋଟି ମାର୍କେଟ୍ କ୍ୟାପ୍ ଥିବା ବେଳେ ଜିଓ ଫାଇନାନ୍ସିଆଲ୍ ସର୍ଭିସ୍ ୧.୫୩ ଲକ୍ଷ କୋଟି ରହିଛି। ସେହିପରି ନେଟ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଗ୍ରୁପ୍‌ ମାର୍କେଟ୍ କ୍ୟାପ୍‌ ୨୦ ଲକ୍ଷ କୋଟି ପାର୍; ୯୦% କେବଳ ମୁକେଶ ଅମ୍ବାନୀଙ୍କର

mukesh-ambani

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି। ସପ୍ତାହ ମଧ୍ୟଭାଗ କାରବାର(ମିଡ୍ ୱିକ୍ ଟ୍ରେଡିଂ) ଶେୟାର ବଢ଼ିବାରୁ ରିଲାଏନ୍ସ ଗ୍ରୁପ୍‌ ଅଫ୍ କମ୍ପାନୀର ମାର୍କେଟ୍ କ୍ୟାପିଟାଲାଇଜେସନ ୨୦ ଲକ୍ଷ କୋଟି ପାର୍ ହୋଇଛି। ବୁଧବାର ରିଲାଏନ୍ସ ଷ୍ଟକ୍ସରେ ଜବରଦସ୍ତ ବୃଦ୍ଧି ଯୋଗୁ କେବଳ ଅମ୍ବାନୀଙ୍କ ମାର୍କେଟ୍ କ୍ୟାପିଟାଲାଇଜେସନ ପାଖାପାଖି ୧୮ ଲକ୍ଷ କୋଟି ହୋଇଛି। ଗ୍ରୁପ୍ ଅଫ୍ କମ୍ପାନୀର ମୋଟ କ୍ୟାପିଟାଲାଇଜେସନ୍‌ର ୯୦ ପ୍ରତିଶତ କେବଳ ରିଲାଏନ୍ସର।

ନିକଟରେ ଷ୍ଟକ୍ ମାର୍କେଟ୍‌ ଲିଷ୍ଟିଂ ହୋଇଥିବା ଜିଓ ଫାଇନାନ୍ସିଆଲ୍ ସର୍ଭିସ୍‌ ମାର୍କେଟ୍ କ୍ୟାପ୍ ୧.୫ ଲକ୍ଷ କୋଟି ରହିଛି। ୨୦୨୩ରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଶେୟାର ୧୧ ପ୍ରତିଶତ ବଢ଼ିଛି। ୨୦୧୫ ଠାରୁ ପ୍ରତି ବର୍ଷ କମ୍ପାନୀ ଷ୍ଟକ୍‌ ପଜିଟିବ୍‌ ରିଟର୍ସନ ଦେଉଛି। ତେବେ ୨୦୧୨ ପରେ ୨୦୧୪ରେ ରିଲାଏନ୍ସ ନେଗେଟିଭ ରିଟର୍ଣ୍ଣ ଦେଇଥିଲା। ଏଥିରେ ୦.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

ପଢ଼ନ୍ତୁ-ଗୁଜରାଟରେ ୨ଲକ୍ଷ କୋଟି ଟଙ୍କା ନିବେଶ କରିବେ ଗୌତମ ଆଦାନୀ, ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି

ରିଲାଏନ୍ସ ଗ୍ରୁପ୍‌ ଅଫ୍ ଇଣ୍ଡଷ୍ଟ୍ରୀଜ୍‌ରେ କେଉଁ କମ୍ପାନୀର ମାର୍କେଟ୍ କ୍ୟାପ୍ କେତେ ?

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍- ୧୭.୯୩ ଲକ୍ଷ କୋଟି ମାର୍କେଟ୍ କ୍ୟାପ୍ ଥିବା ବେଳେ ଜିଓ ଫାଇନାନ୍ସିଆଲ୍ ସର୍ଭିସ୍ ୧.୫୩ ଲକ୍ଷ କୋଟି ରହିଛି। ସେହିପରି ନେଟ୍‌ୱର୍କ ୧୮ରେ ମାର୍କେଟ୍ କ୍ୟାପ୍ ୧୨୫୦୦ କୋଟି, ଟିଭି୧୯ ବ୍ରଡକାଷ୍ଟ ୧୧,୦୪୦ କୋଟି,ଏସ୍‌ଡବ୍ଲୁ ସୋଲାର ୧୦,୩୮୬ କୋଟି, ଆଲୋକ ଇଣ୍ଡଷ୍ଟ୍ରୀଜ ୧୮,୬୧୯ କୋଟି, ଜଷ୍ଟ ଡାଏଲ ୭,୧୪୧ କୋଟି, ହାଥୱେ କେବଲ ଆଣ୍ଡ ଡାଟାକମ୍ ୪,୪୦୭ କୋଟି, ଡେନ୍ ନେଟୱାର୍କ ୩,୧୨୩ କୋଟି, ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଇନ୍‌ଫ୍ରା ୨,୧୩୬ କୋଟି ଓ ହାଥୱେ ଭବାନୀ କ୍ୟାବଲଟେଲ ୧୬.୯୫ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ରହିଛି।

The post ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଗ୍ରୁପ୍‌ ମାର୍କେଟ୍ କ୍ୟାପ୍‌ ୨୦ ଲକ୍ଷ କୋଟି ପାର୍; ୯୦% କେବଳ ମୁକେଶ ଅମ୍ବାନୀଙ୍କର appeared first on Prameya News7.