ରିଲାଏନ୍ସ ଜିଓ ଲଞ୍ଚ୍ କଲା ଜିଓ ଟିଭି ପ୍ଲସ୍, ମିଳିବ ୮୦୦ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ସହ ଓଟିଟି ମଜା
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି । ଏହି ଅଫର ଅନୁଯାୟୀ, ଗ୍ରାହକମାନେ ଏବେ ଗୋଟିଏ ଜିଓ ଏୟାର ଫାଇବର ସଂଯୋଗରେ ଦୁଇଟି ଟିଭି ଏକାସାଙ୍ଗରେ ଚଲାଇ ପାରିବେ । ଏହି ପ୍ଲାନରେ ଗ୍ରାହକମାନେ ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ଏବଂ ୧୩ ଓଟିଟି ଆପ୍ର ମଜା ନେଇପାରିବେ। ଏହି ସେବା ଜିଓ ଟିଭି ପ୍ଲସ୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଛି ।ଜିଓ ଟିଭି ପ୍ଲସ୍ ଆପ୍ ୧୦ ଟି ଭାଷା ଏବଂ ୨୦ ଟି ବର୍ଗରେ ୮୦୦ ଡିଜିଟାଲ୍ ଟିଭି ଚ୍ୟାନେଲ ଉପଭୋଗ କରିବାର ସୁବିଧା ପ୍ରଦାନ କରିଥାଏ । ଏଥି ସହିତ ଉପଭୋକ୍ତାମାନେ ଅତିରିକ୍ତ ଭାବରେ ଗୋଟିଏ ଲଗଇନରୁ ୧୩ରୁ ଅଧିକ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ।ଜିଓ ଟିଭି ପ୍ଲସ୍ ଆପରେ ମଧ୍ୟ ଗ୍ରାହକଙ୍କୁ ଅନେକ ଫିଚର୍ସ ମିଳିବ। ଗ୍ରାହକମାନେ ସ୍ମାର୍ଟ ଫିଲ୍ଟର ବ୍ୟବହାର କରି ଚ୍ୟାନେଲଗୁଡ଼ିକୁ ସହଜରେ ଖୋଜି ପାରିବେ, ପ୍ଲେ ବ୍ୟାକ ସ୍ପିଡ୍ ନିୟନ୍ତ୍ରଣ କରିପାରିବେ ଏବଂ ପୂର୍ବରୁ ପ୍ରସାରିତ ଶୋ ଗୁଡ଼ିକ ମଧ୍ୟ ଦେଖିପାରିବେ। ଏହି ସେବା ସମସ୍ତ ଜିଓ ଏୟାର ଫାଇବର ପ୍ଲାନ ସହିତ ଉପଲବ୍ଧ ହେଉଛି। ସେହିଭଳି ଜିଓ ଫାଇବର ପୋଷ୍ଟପେଡ ସଂଯୋଗରେ ଏହା ୫୯୯, ୮୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନରେ ଉପଲବ୍ଧ ହେଉଛି । ଜିଓ ଫାଇବର ପ୍ରିପେଡରେ ଏହା ୯୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନ ଗୁଡିକରେ ଉପଲବ୍ଧ ହେଉଛି।ଜିଓ ଟିଭି ଆପରେ ପ୍ରମୁଖ ଚ୍ୟା
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି । ଏହି ଅଫର ଅନୁଯାୟୀ, ଗ୍ରାହକମାନେ ଏବେ ଗୋଟିଏ ଜିଓ ଏୟାର ଫାଇବର ସଂଯୋଗରେ ଦୁଇଟି ଟିଭି ଏକାସାଙ୍ଗରେ ଚଲାଇ ପାରିବେ । ଏହି ପ୍ଲାନରେ ଗ୍ରାହକମାନେ ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ଏବଂ ୧୩ ଓଟିଟି ଆପ୍ର ମଜା ନେଇପାରିବେ। ଏହି ସେବା ଜିଓ ଟିଭି ପ୍ଲସ୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଛି ।
ଜିଓ ଟିଭି ପ୍ଲସ୍ ଆପ୍ ୧୦ ଟି ଭାଷା ଏବଂ ୨୦ ଟି ବର୍ଗରେ ୮୦୦ ଡିଜିଟାଲ୍ ଟିଭି ଚ୍ୟାନେଲ ଉପଭୋଗ କରିବାର ସୁବିଧା ପ୍ରଦାନ କରିଥାଏ । ଏଥି ସହିତ ଉପଭୋକ୍ତାମାନେ ଅତିରିକ୍ତ ଭାବରେ ଗୋଟିଏ ଲଗଇନରୁ ୧୩ରୁ ଅଧିକ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ।
ଜିଓ ଟିଭି ପ୍ଲସ୍ ଆପରେ ମଧ୍ୟ ଗ୍ରାହକଙ୍କୁ ଅନେକ ଫିଚର୍ସ ମିଳିବ। ଗ୍ରାହକମାନେ ସ୍ମାର୍ଟ ଫିଲ୍ଟର ବ୍ୟବହାର କରି ଚ୍ୟାନେଲଗୁଡ଼ିକୁ ସହଜରେ ଖୋଜି ପାରିବେ, ପ୍ଲେ ବ୍ୟାକ ସ୍ପିଡ୍ ନିୟନ୍ତ୍ରଣ କରିପାରିବେ ଏବଂ ପୂର୍ବରୁ ପ୍ରସାରିତ ଶୋ ଗୁଡ଼ିକ ମଧ୍ୟ ଦେଖିପାରିବେ। ଏହି ସେବା ସମସ୍ତ ଜିଓ ଏୟାର ଫାଇବର ପ୍ଲାନ ସହିତ ଉପଲବ୍ଧ ହେଉଛି। ସେହିଭଳି ଜିଓ ଫାଇବର ପୋଷ୍ଟପେଡ ସଂଯୋଗରେ ଏହା ୫୯୯, ୮୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନରେ ଉପଲବ୍ଧ ହେଉଛି । ଜିଓ ଫାଇବର ପ୍ରିପେଡରେ ଏହା ୯୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନ ଗୁଡିକରେ ଉପଲବ୍ଧ ହେଉଛି।
ଜିଓ ଟିଭି ଆପରେ ପ୍ରମୁଖ ଚ୍ୟାନେଲ ଏବଂ ଡିସ୍ନି ପ୍ଲସ୍, ହଟଷ୍ଟାର୍, ସୋନି ଲିଭ୍, ଏବଂ ଜି-ଫାଇଭ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ ରହିଛି।